ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଗାଁ ମାଲପଡା ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଗୋଳାମୁଣ୍ଡା ତା ୭/୪ମସିହା ନ୍ୟୁଜ  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ମାଲପଡା ଠାରେ ଏକ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଗତକାଲି ଅଧିବାସ ଦିବସରେ କଳସ ଯାତ୍ର ସମାଗମରେ ଶହ ଶହ ସଂଖ୍ୟାରେ ମହିଳା ଅଂଶ ଗ୍ରହଣ କରି ନଗର ପରିକ୍ରମା କରିଥିଲେ। ଆଜି ସକାଳ  ୭ଟା ୩୦ମିନିଟରୁ ନାମ ଯଜ୍ଞ ଆରମ୍ବ ହୋଇ ଆସନ୍ତା କାଲି ଶୁକ୍ରବାର ନାମ ଆରମ୍ଭ ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ।କେଗାଁ ମାଲପଡା ବାସୀ ତରଫରୁ ପ୍ରହର ନାମଯଜ୍ଞ କରିବାକୁ ତିନି ବର୍ଷ ଧରି ସଂକଳ୍ପ କରାଯାଇଥିବା ବେଳେ ପ୍ରଥମ ପ୍ରହରୀ ୨୦୨୦ ଫେବୃଆରୀ ସମାପନ ହୋଇଥିଲା । କୋଭିଡ କଟକଣା ହେତୁ ଦୀର୍ଘ ଦୁଇ ବର୍ଷ ଧରି କୌଣସି ପୂଜାପର୍ବ ତଥା ନାମ ଯଜ୍ଞ ହୋଇପାରି ନ ଥିଲା । କୋଭିଡ କଟକଣା ଭିତରେ ଚାରିଆଡେ ଖାଁ ଖାଁ ଦେଖାଯାଉଥିଲା । ଏ ବର୍ଷ କୋଭିଡ କଟକଣା ଉଠି ଯିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଦ୍ୱିତୀୟ ବର୍ଷର ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଛି । ଏ ନାମ ଯଜ୍ଞରେ ବହୁସଂଖ୍ୟାରେ ଭକ୍ତମାନେ ହରିନାମର ମୂଳ ମନ୍ତ୍ର ଉଚ୍ଚାରଣ କରିଛନ୍ତି । ଉପସ୍ଥିତଥିବା ଭକ୍ତ ତଥା ଦର୍ଶକଙ୍କୁ ଅର୍ଣ୍ଣ ଭୋଜନ କରିବାକୁ ପ୍ରହରୀ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ସମସ୍ତ ଦର୍ଶକ ପ୍ରହରୀ ଭୋଗ ଖାଇ ଆତ୍ମ ତୃପ୍ତି କରିଥିଲେ ବୋଲି ଦର୍ଶକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପ୍ରହରୀ ପରିଚାଳନା କମିଟି ଦାୟିତ୍ୱରେ ସଭାପତି ସଦାଶିବ ପୁଟେଲ,ଉପ ସଭାପତି ସୁନଧର ପୁଟେଲ, ସମ୍ପାଦକ ଈଶ୍ୱର ପୁଟେଲ , ସହ ସମ୍ପାଦକ ହୃଦାନନ୍ଦ ପୁଟେଲ ଓ କୋଷାଧ୍ୟକ୍ଷ ଜଗଦୀଶ ପୁଟେଲ ଥିବା ବେଳେ ମୁଦିଆ ପୁଟେଲ,ବୃନ୍ଦାବନ ପୁଟେଲ, ନରହରି ପୁଟେଲ ,ବୈକୁଣ୍ଠ ପୁଟେଲ ,କୁଳମଣି ପୁଟେଲ , ବାଳକୃଷ୍ଣ ପୁଟେଲ,ସୁରେଶ ପୁଟେଲ , ପିତାମ୍ବର ପୁଟେଲ ,ବିଜୟ ପୁଟେଲ ,ରମାକାନ୍ତ ପୁଟେଲ ଦୁର୍ବଳ ପୁଟେଲ,ନିରଞ୍ଜନ ପୁଟେଲ,ମହାବୀର ପୁଟେଲ,ଉମାକାନ୍ତ ପୁଟେଲ,ପ୍ରଦୀପ ଧଙ୍ଗଡା ମାଝୀ,ସହ ମାଲପଡା ବାସୀ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ । ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ସମସ୍ତ କର୍ମକର୍ତା ମାନଙ୍କ ଦ୍ଵାରା ନୁଆଁ ଖାଇ ପରବରେ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟରେ କେକ୍,ବିସ୍କୁଟ୍ ବଣ୍ଟନ

Sunil Chandra Nayak

ବଡଗୋବରା ଗ୍ରାମବାସୀଙ୍କ ଦ୍ବାରା ପରେମେଶ୍ବର ବିଷ୍ଣୁଙ୍କ ପୂଜା ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!