ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଓ କାର ମୁହାଁମୁହିଁ ଧକ୍କା 2 ଗୁରୁତର

ଟ୍ରକ ଓ କାର ମୁହାଁମୁହିଁ ଧକ୍କା 2 ଗୁରୁତର

ପାପଡାହାଣ୍ଡି ,12/04,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡକା ପୋଲ ନିକଟରେ ଶୁକ୍ରବାର ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ 2ଜଣ କାର ଆରୋହି ଗୁରୁତର ଆହତ ହୋଇଛନ୍ତି | ସ୍ଥାନୀୟ ପୋଲିସ ଦୁଇ ଜଣକୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ସୂଚନା ଅନୁଯାୟୀ ସୋନପୁର ଅଞ୍ଚଳର ଶଙ୍କର ସେନ ମେହେର,ଜଗତ ମେହେର କୋରାପୁଟ ଜିଲ୍ଲା ସେମଳିଗୁଡା ରୁ ଏକ କାର OD10 ଚ 0656 ଯୋଗେ ଦୁହେଁ ଭବାନୀପାଟଣା ଯାଉଥିବା ସମୟରେ ଭବାନୀପାଟଣା ରୁ ନବରଙ୍ଗପୁର ଯାଉଥିବା ଏକ ଟ୍ରକ AP16 ତ୍ସ 5189 ସହ ଖଡକା ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଏଥିରେ କାରରେ ରହିଥିବା ଜଗତ ମେହେର ଓ ଶଙ୍କର ସେନ ଗୁରୁତର ହୋଇଥିଲେ | ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଉଭୟ ଗୁରୁତରକୁ ଭର୍ତ୍ତି କରିଥିଲେ |

ପାପଡାହାଣ୍ଡି ରୁ ସ୍ୱପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେଲିଆ ଶୈବପୀଠ ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

Sunil Chandra Nayak

ଭୁଆସୁଣୀ ପାହାଡ଼ରେ ବିସ୍ଫୋରଣ କରି କଳା ମୁଗୁନି ପଥର ଲୁଟ,ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ନୀରବ

Leave a Comment

error: Content is protected !!