ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶାଳ ଜନସମାବେଶ କରି ବିଜେଡି ରୁ ପ୍ରାର୍ଥୀପତ୍ର ଦାଖଲ କଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 

ବିଶାଳ ଜନସମାବେଶ କରି ବିଜେଡି ରୁ ପ୍ରାର୍ଥୀପତ୍ର ଦାଖଲ କଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 

ଜୁନାଗଡ଼, ତା.୨୩/୦୪(ମ ନି ସ)କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଧବାର ବିଜେଡି ପ୍ରାର୍ଥୀ କ୍ୟାପାଟେନ ଦିବ୍ୟ ଶଙ୍କର ମିଶ୍ର ଧର୍ମଗଡ଼ ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ନାମାଙ୍କନ ପୂର୍ବରୁ ହଜାର ହଜାର ସଂଖ୍ୟାରେ ନିଜ ସମର୍ଥକ ତଥା ଦଳୀୟ କର୍ମୀ ଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ରେ ଆର ଏମ ସି ପଡିଆ ରୁ ବାହାରି ଲଙ୍କେଶ୍ୱରୀ ମନ୍ଦିର ପୀଠ କୁ ଯାଇ ପୂଜାର୍ଚ୍ଚନା କରିଥିଲେ | ପରେ ଜୁନାଗଡ଼ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶଙ୍ଖନାଦ ସଂକଳ୍ପ ସମାବଶ ରେ ଯୋଗଦାନ ପୂର୍ବକ ଉଦବୋଧନ ଦେଇଥିଲେ | ଉକ୍ତ ସଂକଳ୍ପ ସମାବେଶ ରେ ହଜାର ହଜାର ସମର୍ଥକ ତଥା ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ | ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଓ ବିକାଶ କୁ ଆଖିରେ ରଖି ନିଜ ସପକ୍ଷରେ ଭୋଟ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ଇବେଦନ କରିଥିଲେ। ମଞ୍ଚ ରେ ବିଜେଡି ର କଲାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲ, ଜିଲ୍ଲା ଉପ ସଭାପତି ଦିଗାମ୍ବର ନାଏକ, ବ୍ଲକ ଅଧ୍ୟକ୍ଷା ସବିତା ମେହେର,ଜିଲା ପରିଷଦ ଉପାଧ୍ୟକ୍ଷ୍ୟା ସୁଧୀରା ମେହେର, ଭାବାନୀପାଟଣା ମୁନସିପାଲିଟି ଅଧ୍ୟକ୍ଷ୍ୟା ସଂଯୁକ୍ତା ବେହେରା, ପିତାମ୍ବର ରଣା, ମହେଶ ସାହୁ, କାଳିଆ କନ୍ଦପାନ, ମନୀଷା ସାହୁ, ବିଜୟଲକ୍ଷ୍ମୀ କନ୍ଦପାନ, ହିମାଦ୍ରି ନାଏକ, ସତୀଶ ପ୍ରଧାନ, ଆଦିତ୍ୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ | ସଂକଳ୍ପ ସମାବେଶ ସାରି ଜୁନାଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବରେ ନାମାଙ୍କନ ପାଇଁ ଧର୍ମଗଡ଼ ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ ଏବଂ ଉପ ଜିଲାପାଳ ଙ୍କ ଉପସ୍ଥିତି ରେ ନାମାଙ୍କନ ଦାଖଲ କରିଥିଲେ |

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

ବ୍ରହ୍ମପୁର ମଣ୍ଡଳ ସ୍ତରୀୟ ନାରୀ ଶକ୍ତି ବନ୍ଦନ ଅଧିନିୟମ ର କଂଗ୍ରେସ,ବି ଜେ ଡି ବିରୋଧୁ ରେ ପ୍ରତିବାଦ ସଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!