ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଉତ୍କେଲା୦୮.୦୪. କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଡା. ସୁବାଷ ଚନ୍ଦ୍ର ବେହେରା (ଅଧିକ୍ଷକ)ଙ୍କ ସଭାପତିତ୍ୱ ରେ ବିଶ୍ବ ସ୍ୱାସ୍ଥ୍ୟ ଦିବସ ତଥା ସ୍ବଛ୍ଛତା ପକ୍ଷ ୨୦୨୨ ଶୁକ୍ରବାର ପାଳିତ ହୋଇ ଯାଇଛି।ଏହି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୧ ଏପ୍ରିଲ ଠାରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ପାଳନ କରାଯିବ।ଏହି ଉପଲକ୍ଷେ ନୂତନ ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଉକ୍ତ ଗୋଷ୍ଠୀ କେନ୍ଦ୍ର ପକ୍ଷରୁ କରାଯାଇ ଥିଲା।ଡା. ବେହେରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ସ୍ବସ୍ଛତା ବିଷୟରେ ଦିସଦ ଭାବେ ଆଲୋକପାତ କରିଥିଲେ।ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ଵାରା ଉକ୍ତ ଗୋଷ୍ଠୀ କେନ୍ଦ୍ର ରୁ ସହର ପରିକ୍ରମା କରି ବିଶ୍ବ ସ୍ବାସ୍ଥ୍ୟ ଦିବସ ଓ ସ୍ବଛ୍ଛତା ଉପରେ ବିଭିନ୍ନ ଶ୍ଳୋଗାନ ଦେଇ ସହର ପରିକ୍ରମା କରି ଲୋକଙ୍କୁ ସଚେତନତା କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସରିତା ସିନ୍ଦୁର,ହିସାବ ରକ୍ଷକ ବିଶ୍ୱ ଭୂଷଣ ପ୍ରଧାନୀ,ହେଲ୍ଥ ସୁପର ଭାଇଜର ଅଲେଖ ବିଶି,ସମାଜ ସେବକ ବଜରଙ୍ଗ ଜୈନ ,ପ୍ରମୁଖ ଯୋଗଦେଇଥିଲେ।ପରେ ଏକ ସାଧାରଣସଭା ର ମଧ୍ୟ ଆୟୋଜନ କରାଯାଇଥିଲା। ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଲମତାଗୁଡା ଗ୍ରାମ ପଞ୍ଚାୟତ :ମାସିକ ବୈଠକ ନହେବା ନେଇ ଅଭିଯୋଗ

Sunil Chandra Nayak

ଗଡପଦର ଶକ୍ତି ପୀଠ ର ନୂତନ କମିଟି ଗଠିତ

Sunil Chandra Nayak

ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!