ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ ଆସନ୍ତା ଜୁନ୍ ୯ ରେ….

ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ ଆସନ୍ତା ଜୁନ୍ ୯ ରେ….

ରାଉରକେଲା: ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀ ର ଅଡିସନ ଆସନ୍ତା ଜୁନ୍ ମାସ ୯ ତାରିଖ ଦିନ ଦିବା ୯ଟା ସମୟରେ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା ପରିବାର ମୁଖ୍ୟ ପୃଷ୍ଟପୋଷକ ଶଙ୍କର ଜେନା, ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଚଳିତ ବର୍ଷ ଗରିମା ପରିବାରର ରଜ ରାଜକୁମାରୀ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଆସନ୍ତା ଜୁନ୍ ମାସ ୯ତାରିଖ ଦିନ ହେବାକୁ ଥିବା ଅଡିସନରେ ୧୪ ବର୍ଷ ରୁ ୨୪ ବର୍ଷ ପର୍ଯ୍ୟନ୍ତ ଝିଅ ମାନେ ଅଂଶଗ୍ରହଣ କରିପାରିବେ। ରଜ ରାଜକୁମାରୀ ପାଇଁ ବୟସ ସୀମା ୧୪ ରୁ ୨୪, ରଜ ସଜବାଜ ପାଇଁ ୧୫ ବର୍ଷରୁ ଉର୍ଦ୍ଧ୍ଵ,ପୋଡ ପିଠା ପାଇଁ ୨୦ ବର୍ଷରୁ ଉର୍ଦ୍ଧ୍ଵ ଓ ପୁଚିଖେଳ ପାଇଁ କୈାଣସି ବୟସ ସୀମା ଧାର୍ଯ୍ୟ କରାଯାଇନାହିଁ। ଏଥିପାଇଁ ଗତ ମଇ ମାସ ୧୦ ତାରିଖ ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି। ଏହା ଜୁନ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଡିସନରେ ସ୍ବତନ୍ତ୍ର ଅତିଥି ଭାବେ ଓଲିଉଡ଼ ଅଭିନେତ୍ରୀ ଶ୍ରେୟା ମହାନ୍ତି ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ସେହିପରି ଜୁନ୍ ୧୭ ତାରିଖରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ଦିନ ଓଲିଉଡ଼ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଦେବସ୍ମିତା ମୁଖ୍ୟ ଆକର୍ଷଣ ହେବେ। ସମସ୍ତ ତଥ୍ୟ ଜାଣିବା ପାଇଁ ଅନୁଷ୍ଠାନ ତରଫରୁ ୯୮୬୧୨୮୪୪୮୩/୭୮୦୯୨୦୬୫୨୬/ ୯୮୬୧୮୯୨୬୭୧/୯୭୭୭୭୭୪୭୧୫/ ୭୦୦୮୯୫୬୪୧୦ କିମ୍ବା ୭୯୭୮୦୮୮୮୩୫ ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦିକା ଡ଼ଃ ସରିତା ମଲ୍ଲ, ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ,ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ,ଲୁସି ଦାଶ, ମୋନାଲିସା ସାହୁ,ମୈ।ସମୀ ଆଚାର୍ଯ୍ୟ, ସୁନିତା ଶ୍ରୀନିବାସନ, ମମତା ଦାସ, ମୀନାକ୍ଷୀ ପାଢ଼ୀ, ସସ୍ମିତା ମିଶ୍ର, ସବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

masiha

ଚିକିତ୍ସା ପାଇ ଅର୍ଥ ସଜିଛି ବାଧକ ଚିକିତ୍ସା ହେଇ ପାରୁ ନାହି ଶିଶୁ କନ୍ୟା

masiha

କର ଫାଉଣ୍ଡେସନର ୩ୟ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!