ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଞ୍ଚି ରେ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ ଆସନ୍ତା ୯ରେ….

ରାଞ୍ଚି ରେ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ ଆସନ୍ତା ୯ରେ….

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡ଼ଃ ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ଆକ୍ଚିଭର ଆୱାର୍ଡ଼ ଓ ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷା, ଚିତ୍ରକଳା, କ୍ରୀଡା, ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଝାଡ଼ଖଣ୍ଡ ସେବା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି। ଆକୃତି ରିମ୍ ଝିମ୍ ସିହ୍ନା ଙ୍କ ସଂଯୋଜନାରେ ଆୟୋଜିତ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଅତିଥିଭାବେ ଅର୍ଜୁନ ପୁରସ୍କାର ବିଜେତା କ୍ରୀଡାବିତ୍ ଦୁତୀ ଚାନ୍ଦ, ରାଞ୍ଚି ଚ୍ୟାମ୍ବର ଅଫ୍ କମର୍ସ ର ସଭାପତି କିଶୋର ମନ୍ତ୍ରୀ, ଚଳଚ୍ଚିତ୍ର ଜଗତରୁ ଆନନ୍ଦ ଜଲାନ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଜଗାଙ୍ଗପୁର ରୁ ସମାଜସେବୀ କମଲ ଅଗ୍ରୱାଲ, ମହାରାଷ୍ଟ୍ରର ଉଜାଲା ୟାମୱର, କଲିକତା ରୁ ୨୦୨୧ ମିସ୍ ଇଣ୍ଡିଆ ବିଜେତା ରୁକସନା ଶେଖ୍, ଝାଡ଼ଖଣ୍ଡ ସଂସ୍କୃତି ଓ କଳାକାର ସଂଘର ସମ୍ପାଦକ ଡ଼ଃ ମେହୁଲ ପ୍ରସାଦ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି। ଏହା ସହ ବହୁ ଅଭିଜ୍ଞତା ସମ୍ପର୍ଣ୍ଣ ବିଚାରକ ଯୋଗ ଦେବେ। ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡ଼ିଭାଇଡ଼ରକୁ ଧକ୍କା ଦେଲା କାର: ଜଣେ ଗୁରୁତର

masiha

STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

Sunil Chandra Nayak

ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ

masiha

Leave a Comment

error: Content is protected !!