ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନବିଭାଗ ଦ୍ବାରା ଉଦ୍ଧାର ହେଲା କଲରାପତରିଆ ବାଘ

ବନବିଭାଗ ଦ୍ବାରା ଉଦ୍ଧାର ହେଲା କଲରାପତରିଆ ବାଘ

ବାଲେଶ୍ଵର,୦୯/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗଡ ଗ୍ରାମରେ ତା ୦୮/୬/୨୪ ରିଖରେ କଲରାପତରିଆ ବାଘ ଆତଙ୍କରେ ମୋଟ ୬ ଜଣ ଆହତ ହୋଇଥିବା ଖବର ସଂଗ୍ରହରୁ ଜଣାଯାଇଛି । ଅନ୍ୟ ସାମାନ୍ୟ ଆହତ ମାନେ ମେଡିକାଲକୁ ଆସିନଥିଲେ । ଫରେଷ୍ଟ ଗାର୍ଡଙ୍କ ସମେତ ୫ ଜଣଙ୍କୁ ଚିକିତ୍ସା ନିମନ୍ତେ ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ବନବିଭାଗ ଦ୍ବାରା ବାଘ ଉଦ୍ଧାର ହେଲା । ପ୍ରକାଶ ଥାଉକି ଗତକାଲି ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦) ନିଜ ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ସତ୍ଯଭାମାଙ୍କୁ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ନିକଟରେ ଥିବା ପୁଅ ଓ ସ୍ୱାମୀ ତାଙ୍କ ନିକଟକୁ ଦୌଡି ଯାଇଥିଲେ । ଏହା ଦେଖି ବାଘଟି ସେଠାରୁ ଗର୍ଜନକରି ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ପରେ ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାକୁ ପ୍ରୟାସ କରିବାରୁ ବାଘଟି କେଉଁଠାରେ ଲୋଚି ଯାଇଥିଲା ପାଇନଥିଲେ । ଖବରପାଇ ଗ୍ରାମରେ ବନ ବିଭାଗର କର୍ମଚାରୀ ମାନେ ପହଂଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜି ଥିଲେ । ଏହି ସମୟରେ ବାଘଟିଟି ପୁନର୍ବାର ସତ୍ୟଭାମାଙ୍କ ପୁଅ ରାଧାକାନ୍ତ ନାୟକ(୨୦)କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କଧର କେଶି (୫୫) ଓ ରାଧାକାନ୍ତ ନାୟକ(୨୦) ଉପରକୁ ଆକ୍ରମଣ କରି ପୁନର୍ବାର କୌଣସି ବୁଦାମୂଳରେ ଲୋଚି ଯାଇଥିଲା । ପ୍ରାୟ ୧୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସ୍ଥାନୀୟ ଅଞ୍ଚଳ ଓ ଗ୍ରାମରେ ଭୟ ଏବଂ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଥିଲେ । ଅର୍ଜୁନପୁର ଗ୍ରାମର ପ୍ରଫୁଲ୍ଲ ଦାସ, କଡମିଆଁ ଗ୍ରାମର ନିରଞ୍ଜନ ମୁଖୀ ଓ ଔପଦା ଫରେଷ୍ଟର କିଶୋର ଭୂୟାଁ ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ । ଗୁରୁତରଙ୍କୁ ପ୍ରଥମେ ଖଇରା ଓ ପରେ ଭଦ୍ରକ ଏବଂ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା । ବନ୍ଯଜନ୍ତୁ ଗାଁ ମୁହାଁ ହେବାର ମୁଖ୍ୟ କାରଣ ହେଉଛି ଜଙ୍ଗଲରେ ଖାଦ୍ଯାଭାବ । ଖାଦ୍ୟ ଅନ୍ଯୁଷଣରେ ବୁଲୁଥିବା ସମୟରେ ଶାରିଶୁଆପାହାଡ଼ର ବେଆଇନ ବ୍ଳାଷ୍ଟିଂରେ ଭୟଭୀତ ହୋଇ ଜନବସତିକୁ ବାଘ ଓ ହରିଣ ଭଳି ବନ୍ଯଜନ୍ତୁ ପଶିଆସି ଧନଜୀବନ ହାନି କରୁଥିବାର ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଆଲୋଚନାରୁ ଜଣାପଡେ । ବାଘଟି ଭୟଭୀତ ହୋଇ ଶେଷରେ ଗଡ଼ ଗ୍ରାମର ମୁକୁନ୍ଦ ଷେଣ୍ଢଙ୍କ ଗୁହାଳ ଘରେ ପଶି ଯାଇଥିଲା । ଵନ ବିଭାଗ ଗୁହାଳ ଘରକୁ ଜାଲ ବିଛାଇ ଘେରି ରଖିଥିଲେ । ସିମିଳିପାଳରୁ ଏକ ଟିମ ପହଞ୍ଚି ଵାଘକୁ ଟ୍ରାଙ୍କୁଲାଇଜର ସାହାଯ୍ୟରେ ଉଦ୍ଧାର କରି ସିମିଳିପାଳକୁ ନେଇଯାଇଥିଲେ । ବହୁ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଘକୁ କେହି ଦେଖିବାର ସୁଯୋଗ ପାଇନଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ଉତ୍ସବ ଅବସରରେ ଔଷଧୀୟ ବୃକ୍ଷରୋପଣ

Sunil Chandra Nayak

ନର୍ଲା ଠାରେ ସମିତି ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଏକ୍ସ-କ୍ୟାଡର ଜିଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!