ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପୋଲିଂ ଏଜେଣ୍ଟ ରହିବାରୁ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ 

ପୋଲିଂ ଏଜେଣ୍ଟ ରହିବାରୁ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ 

ବସ୍ତା,14/06: ନିର୍ବାଚନ ସରିବାକୁ ପନ୍ଦର ଦିନ ବିତିଲାଣି ହେଲେ ରାଜନୈତିକ ହିଂସା ଥମିବାର ନା ନଉନାହିଁ। ଚଳିତ ନିର୍ବାଚନରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଦଳ ତରଫରୁ ପୋଲିଂ ଏଜେଣ୍ଟ ରହିବାରୁ ତାଙ୍କୁ ତାଙ୍କର ସାନଭାଇ ଓ ସହଯୋଗୀ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ସିଂଲା ଥାନାରେ ଶୁକ୍ରବାର ସକାଳ 11 ଟା ସମୟରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ସିଂଲା ଥାନା ଅଧୀନସ୍ଥ ରସଲପୁର ଗ୍ରାମର ରଘୁନାଥ ରାଉଳ ଚଳିତ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ପୋଲିଂ ଏଜେଣ୍ଟ ଭାବେ ଦାୟିତ୍ବ ତୁଲାଇଥିଲେ।ତେବେ ଗତ ସୋମବାର ରଘୁନାଥଙ୍କ ସାନଭାଇ ଷଡ଼ାନନଙ୍କ ସହ ଅନ୍ୟ ସହଯୋଗୀ ରଘୁନାଥଙ୍କ ସ୍ତ୍ରୀ ମିନତିଙ୍କୁ ରଘୁନାଥ କୋଉଠି ଅଛନ୍ତି ବୋଲି ପଚାରିଲେ।ସ୍ବାମୀଙ୍କୁ ଖୋଜିବାର କାରଣ ବୋଲି ମିନତି ଷଡ଼ାନନଙ୍କୁ ପଚାରିଥିଲେ।ସଙ୍ଗେ ସଙ୍ଗେ ଷଡ଼ାନନ ରାଗିଯାଇ ନିର୍ବାଚନକୁ ଆକ୍ଷେପ କରି ତଥା ବଡ଼ ଭାଇ ପୋଲିଂ ଏଜେଣ୍ଟ ରହିବାରୁ ଭାଉଜଙ୍କୁ ନାନାଦି ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ଭାଇକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ଏହା ଦେଖିପାରି ମିନତିଙ୍କ ପୁଅ ଜ୍ଞାନରଞ୍ଜନ ଓ ଅନ୍ୟମାନେ ଧାଇଁ ଆସିବାରୁ ସମସ୍ତେ ସେଠାରୁ ପଳାଇଯାଇଥିଲେ।ତେବେ ଗତକାଲି ପୂର୍ବାହ୍ଣ ୧୦ ଘଟିକା ସମୟରେ ରଘୁନାଥ ଘର ବାଡ଼ିରେ ବାପାଙ୍କ ସମାଧିରେ ପୂଜା କରୁଥିବା ସମୟରେ ଷଡ଼ାନନ,ସ୍ତ୍ରୀ ତାଙ୍କ ଝିଅ ଜ୍ଵାଇଁ ଏବଂ କିଛି ଅପରିଚିତ ଲୋକ ହଠାତ ବାଡ଼ିକୁ ପଶିଆସି ଆସି ପଛପଟୁ ରଘୁନାଥଙ୍କ ଉପରକୁ ଗୋଇଁଠା,ବିଧା ଏବଂ ବାଉଁଶବାଡ଼ି ଦ୍ବାରା ଆକ୍ରମଣ କରିଥିଲେ। ଚିତ୍କାର ଶୁଣି କିଛି ସ୍ତ୍ରୀ,ଦୁଇ ପୁଅ ଓ ଗାଁଲୋକେ ଲୋକ ଦୌଡ଼ିଆସିବା ଦେଖି ସମସ୍ତ ଆକ୍ରମଣକାରୀମାନେ ରଘୁନାଥଙ୍କୁ ଅତି ଅମାନୁଷିକ ଭାବେ ତଳେ କଚାଡ଼ିଦେଇ ପଳାଇଯାଇଥିଲେ।ସଙ୍ଗେ ସଙ୍ଗେ ପରିବାର ଲୋକେ ରଘୁନାଥଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରଘୁନାଥଙ୍କ ସାନ ଝିଅ ଦେବୀଦତ୍ତା ରାଉଳ ସିଂଲା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇ ସିଂଲା ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଓଲମା ଠାରେ ବିଜେପିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଜ୍ୟସଭା ନିର୍ବାଚନ ୨୦୨୬ରେ ଦ୍ୱିତୀୟ ବାଲାଟ୍ ପେପର ଜାରି ପ୍ରସଙ୍ଗ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ଡୁମେରପଦର  ଓ ଥୁଆମୂଳ ରାମପୁର ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!