ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୋଟ୍ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେପିର ଟାର୍ଗେଟ

 ଭୋଟ୍ ଚୋରି ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେପିର ଟାର୍ଗେଟ

ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ। ଭୋଟ୍ ଚୋରି ଓ SIR ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଭବାନୀପାଟଣା ସର୍କିଟ୍ ହାଉସ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି।

ବିରୋଧୀ ଦଳର ନେତାମାନେ ଅଶାଳୀନ ମନ୍ତବ୍ୟ ଦେବା ସହ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଭୋଟ୍ ଚୋରି ଓ SIR ଭଳି ପ୍ରସଙ୍ଗକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଥିବା ମଧ୍ୟ ସେ କହିଛନ୍ତି।

ଏପରିକି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ପିତାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ନେଇ ମଧ୍ୟ ବିରଞ୍ଚି ତ୍ରିପାଠୀ ଅଭିଯୋଗ ଆଣିଛନ୍ତି। ଭାରତକୁ ବାଂଲାଦେଶ ଓ ପାକିସ୍ତାନ ଭଳି ପରିସ୍ଥିତିକୁ ଠେଲିଦେବା ପାଇଁ ବିରୋଧୀ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ନିର୍ବାଚନରେ ବାରମ୍ବାର ପରାଜୟ ପରେ ବିରୋଧୀ ଦଳଗୁଡ଼ିକ ଏଭଳି ଆଚରଣ କରୁଥିବା କହି ସେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

ଭାରତୀୟ ଜନତା ପାର୍ଟି ଧର୍ମଗଡ ଉପଖଣ୍ଡ ଶାଖା ପକ୍ଷରୁ ମଦ ମାଫିଆ ଙ୍କ କୁଶପୁତ୍ତଳା ଦାହ

masiha

କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!