ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

କୋକସରା,୨୩/୬ // ଧର୍ମଗଡ ବିଧାନସଭାର ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କୁ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ନିଲ କଣ୍ଠେଶ୍ୱର ଶିଵ ମନ୍ଦିର ପରିସରରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ପ୍ରଥମେ ମହାଦେବଙ୍କ ଦର୍ଶନ କରିବା ପରେ ତାଙ୍କୁ ସରପଞ୍ଚ ସଙ୍ଘର କର୍ମକର୍ତ୍ତା ମାନେ ପାଛୋଟି ନେଇଥିଲେ। ବିଧାୟକଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଟେମରା ପଞ୍ଚାୟତ ସରପଞ୍ଚ କ୍ଷିତିରାମ ପାତ୍ରଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାରେ ବ୍ରଜ ମୋହନ ନାଏକ ମଞ୍ଚ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମଞ୍ଚରେ ଅନ୍ୟ ଅତିଥିଙ୍କ ମଧ୍ୟରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଉପ ସଭାପତି ସୁଧୀର କୁମାର ପାତ୍ର, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ମୋଟେର ମଣ୍ଡଳ ସଭାପତି ସ୍ୱୟଂବର ବାଗ, ମେକ୍ ଇନ୍ ଇଣ୍ଡିଆ ଯୁବ ପ୍ରଭାରୀ ବଲାଙ୍ଗୀର ଜିଲ୍ଲା ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଯୋଗଦେଇଥିବା ସରପଞ୍ଚ ମାନେ ନିଜର ପରିଚୟ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ପାଟ୍ଟଯୋଷୀ ରାଜ୍ୟରେ ବିଜେପି ସରକାରକୁ ଜନମତ ମିଳିଛି ଓ ବିଜେପି ସରକାର କାର୍ଯ୍ୟକ୍ଷମ ହୋଇଛି। ବିଜେପି ହେଉଛି ଲୋକଙ୍କ ସରକାର କୌଣସି ବିକାଶରେ କୌଣସି ପ୍ରଶାସନିକ ଅଧିକାରୀ ବାଧା ଦେଉଥିଲେ ତାର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ପରେ ଉପସ୍ଥିତ ଥିବା ସମସ୍ତ ସରପଞ୍ଚଙ୍କ ସହ ସୌଜନ୍ୟ ମୂଳକ ଆଲୋଚନା କରି ପଞ୍ଚାୟତ ସ୍ତରରେ ଥିବା ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ବର୍ଦ୍ଧନା ସଭାରେ ପଦ୍ମିନୀ ପାତ୍ର, ପଦ୍ମିନୀ ପୁଝାରି, ଯମୁନା ନାଏକ, କୁଞ୍ଜଳତା ନାଏକ, ମାଧବୀ ଧରୁଆ, ଇଶରାମ କୋଲଥିଆ, ଇଶରାମ ସୁନାନୀ, ଦେବିସିଂ ତାଣ୍ଡି, କୁରୁକ୍ଷେତ୍ର ବେହେରା ପ୍ରମୁଖ ସରପଞ୍ଚ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶଙ୍ଖ ଭବନରେ ବନ୍ଧୁଗାଁ ବ୍ଲକର ସରପଞ୍ଚ, ସମିତି ମେମ୍ବର ଓ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ବିଜେଡିରେ ସାମିଲ 

masiha

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

masiha

ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!