ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପାନ୍ତ ଚଚା ଗ୍ରାମରେ ରକ୍ତଦାନ ଶିବିର,୬୪ ୟୁନିଟ ରକ୍ତ ସଂଗ୍ରହ

ଉପାନ୍ତ ଚଚା ଗ୍ରାମରେ ରକ୍ତଦାନ ଶିବିର,୬୪ ୟୁନିଟ ରକ୍ତ ସଂଗ୍ରହ

ନବରଙ୍ଗପୁର(ତା ୧୩/୦୬)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଉପାନ୍ତ ଚଚା ପଞ୍ଚାୟତ ସଦର ମହକୁମା ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସମ୍ବାଦ ଆମ ଓଡ଼ିଶା,ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରୀ କୃଷ୍ଣ ଶଖା ଯାଦବ ସମାଜ ସେବା ସମିତି ଚାରିଟେବୁଲ ଟ୍ରଷ୍ଟ ଚଚା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ,ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡା,ଡାକ୍ତର ଚନ୍ଦନ କୁମାର ସାହୁ,ପ୍ରତ୍ୟୁଷ ତୁଳକ ନାଗ,ବିପିଏମ ପ୍ରିୟଙ୍କା ସିଲ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୋପାଳ କୃଷ୍ଣ ପାଢ଼ୀ,ଜିଲ୍ଲା ଯୁବ ଯାଦବ ସମାଜ ସଭାପତି ନବ କିଶୋର ଗୌଡ଼,ଶିକ୍ଷକ ସୁରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ।ତେବେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ,ସ୍ୱାସ୍ଥ୍ୟ କର୍ମୀ ଜୀବନ ସାନ୍ତା ଏବଂ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସେହିପରି ରାମସା ଗ୍ରାମର ଆଶା ଦିଦି ପୁଷ୍ପା ରାଣୀ ପାଉଲ ନିଜ ଅଞ୍ଚଳର ଯୁବକ ମାନଙ୍କୁ ସଚେତନତା କରି ୧୮ ଜଣ ଯୁବକଙ୍କୁ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆଣିଥିଲେ।ପ୍ରଥମ ଥର ପାଇଁ ଯୁବକ ମାନେ ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ଶିବିରରେ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ନବରଙ୍ଗପୁର ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ରାହୁଲ ବାରେଇ,ସମ୍ବିତ ମିଶ୍ର,କମୁଲୁ ଭତ୍ରା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସାଇ ପ୍ରିୟା ଦାସ,ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।ଶିବିରରେ ଚଚା ସେକ୍ଟରରେ ଥିବା ବିଦ୍ୟାଳୟର ଶିକ୍ଷକ,ଜନ ପ୍ରତିନିଧି, ଯାଦବ ସମାଜର ମହିଳା, ପୁରୁଷ, ଯୁବକ, ଯୁବତୀ ତଥା ଗ୍ରାମବାସୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ସେହିପରି ବହୁ ମହିଳା,ଯୁବତୀ ଏବଂ ଯୁବକ ଆଗ୍ରହ ସହ ଆସିଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଶିବିରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ପାରି ନଥିଲେ।ରକ୍ତଦାତାଙ୍କ ପଞ୍ଜିକରଣ ପାଇଁ ଲିଙ୍ଗରାଜ ଗୌଡ଼,ଚନ୍ଦ୍ରମଣି ଗୌଡ଼,ସବ୍ୟସାଚୀ ଭରତିଆ,ବାଳମନ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମତିଲାଲ ବାଗ,ଖିରଦା ଦେଇ,ପ୍ରିୟଙ୍କା ପୂଜାରୀ,ସୁରେଖା ନାୟକ,ତପନ କୁମାର ଗୋହିଲ,କେଶବ ମାଝୀ ପ୍ରମୁଖ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିଥିଲେ।ଶିବିର ଶେଷରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡା,ଡାକ୍ତର ଚନ୍ଦନ କୁମାର ସାହୁ,ପ୍ରତ୍ୟୁଷ ତୁଳକ ନାଗ,ବିପିଏମ ପ୍ରିୟଙ୍କା ସିଲ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୋପାଳ କୃଷ୍ଣ ପାଢ଼ୀ,ଜିଲ୍ଲା ଯୁବ ଯାଦବ ସମାଜ ସଭାପତି ନବ କିଶୋର ଗୌଡ଼,ସୁପଭାଇଜର ବୀର ନାୟକ,ସ୍ୱାସ୍ଥ୍ୟ କର୍ମୀ ବିଭୁ ପ୍ରସାଦ ଉଲ୍ଲକା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ ଶିବିରକୁ ଆଶା ଦିଦି ପ୍ରତିମା ପାଣିଗ୍ରାହୀ,ସାରାଧା ପାତ୍ର,ମନ୍ଦାର ଗୌଡ଼, ଜାନକୀ ମାଝୀ,ଟବା ଭତ୍ରା,ତରୂଲତା ଭତ୍ରା,ଜିରାମଣି ମାଝୀ, ନୂଆତି ସାନ୍ତା,ଉଲୁମ୍ପା ହରିଜନ,ବନମତି ଗୌଡ଼,ଗୋମତି ମାଝୀ,ସରସ୍ୱତୀ ଗୌଡ଼,ତ୍ରିନାଥ ଗୈାଡ,ହିରନ ଗୈାଡ,ସତ୍ୟ ଗୈାଡ, ମହାଦେବ ଗୈାଡ,ତପନ ଗୈାଡ, ପୁଷ୍ପେନ୍ଦ୍ର ଗୈାଡ ପ୍ରମୁଖ ସହଯୋଗ କରିଥିଲେ।ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ରମେଶ ପଟ୍ଟନାୟକ, ଗୋପାଳ କୃଷ୍ଣ ପାଢ଼ୀ,ଥବୀର ନାୟକ,ନବଘନ ଗୌଡ଼,ଜୀବନ ସାନ୍ତା, ସୁରେନ୍ଦ୍ର ସାହୁ,ବିଭୁ ପ୍ରସାଦ ଉଲ୍ଲକା ପ୍ରମୁଖ ସହ ଅନ୍ୟମାନେ ଶିବିରକୁ ପରିଚାଳନା କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୋକସରା ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

masiha

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ପରିକ୍ରମା 

Sunil Chandra Nayak

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

Sunil Chandra Nayak

Leave a Comment

error: Content is protected !!