ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

ନର୍ଲା ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

ନର୍ଲା(ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡ. ଅଚ୍ୟୁତ ସାମନ୍ତ ଙ୍କ ପ୍ରେରଣାରେ ଆର୍ଟ ଅଫ ଗିଭିଂ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଚ୍ୟୁତ ସାମନ୍ତଙ୍କ ଜୀବନଦର୍ଶନକୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ ସମାଜସେବୀ, ବରିଷ୍ଠ ବ୍ୟକ୍ତି , ସାଧାରଣ ଜନତା , ମିଶନ ଶକ୍ତିର ମହିଳା ଓ ଅଭିଭାବକ ମାନଙ୍କୁ ନେଇ ଅତି ଶୃଙ୍ଖଳିତ ଭାବରେ ପାଳନ ହୋଇଆସୁଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି , ସମ୍ମାନୀତ ଅତିଥି ଭାବେ ବୈଦ୍ୟରାଜ ପବିତ୍ର ଶବର , ଶିକ୍ଷାବିତ୍ ଜିତେନ୍ଦ୍ର କୁମାର ବିଶ୍ବାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇ, ଯୁବ ସ୍ଵେଚ୍ଛାସେବୀ ପ୍ରକାଶ ଚନ୍ଦ୍ର ଭୋଇ, ସତ୍ୟସାଇ ସେବା ସଙ୍ଗଠନ ର ସଦସ୍ୟା ପଙ୍କଜିନି ନାୟକ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନିଃସ୍ୱାର୍ଥପର ସେବା ପ୍ରଦାନ କରିଥିବା ବ୍ୟକ୍ତି ମିଲନ କୁମାର ଭୋଇଙ୍କ ସମେତ ସମସ୍ତ ଅତିଥିବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା କଲମ ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ ପ୍ରତିଭାଶାଳୀ ଛାତ୍ରୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ର ଶିକ୍ଷକ ଟୁକୁଲାଲ ଶବର ଓ କ୍ଷୀରସିନ୍ଧୁ ସାହୁ ପରିଚାଳନା କରିଥିବାବେଳେ ତାଙ୍କୁ ସହଯୋଗ କରିଥିଲେ ମଶାଣିବନ୍ଦ ସ୍କୁଲର କ୍ରୀଡା ଶିକ୍ଷକ ଅଜିତ କୁମାର ନାଏକ।କିସର ପୂର୍ବତନ ଛାତ୍ର ଗୋପୀନାଥ ଶବର, ଅଭିଭାବକ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ପରିଶେଷରେ ଜଳନ୍ଧର ପାତ୍ର ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମସାଙ୍ଗ କରିଥିଲେ ।

ଦୀପକ ଠାକୁର ଙ୍କ ସହ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ ଶିବିର ସମାପ୍ତ, ୪୨ ଛାତ୍ରୀ ଲାଭାନ୍ୱିତ

Sunil Chandra Nayak

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ସାହିତ୍ୟିକ ସୁରେଶ ଚନ୍ଦ୍ର ନେଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

Leave a Comment

error: Content is protected !!