ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣିଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

ଉତ୍କଳମଣିଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି 

 ଜୁନାଗଡ, -୧୭/୬(ମ ନି ସ)ଉତ୍କଳମଣି ସେବାସଂସ୍ଥା ଓ ଗୋପବନ୍ଧୁ ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଡଙ୍ଗାଘାଟ ପଡାସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଭ୍ୟମାନେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ଗୋପବନ୍ଧୁଙ୍କ ଜୀବନାର୍ଦଶ ଉପରେ ଆଲୋକପାତ କରିଥିଲେ। କଳାହାଣ୍ଡି ସାମ୍ବଦିକ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ଏବଂ ସମ୍ବାଦର ସ୍ଥାନୀୟ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଆମନ୍ତ୍ରିତ ଅତଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ। ମଧୁସୂଦନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଦାମୋଦର ବେହେରା, ନିରଞ୍ଜନ ସାହୁ, ଜୟନ୍ତ କୁମାର ଜେନା,ହେମନ୍ତ ସାସମଲ୍,ରମେଶ ନାୟକ, ଉଦ୍ଧବ ଚରଣ ସାହୁ, କୈଳାଶ ରାଉତ, ଭଗବାନ ସାହୁ, ଶ୍ୟାମସୁନ୍ଦର ସାହୁ, ସତ୍ୟନାରାୟଣ ବୈଶ୍ୟ, ଶିବଶଙ୍କର ମହାନନ୍ଦ, ଜଗନ୍ନାଥ ବାଗ୍, ଭବାନୀଶଙ୍କର ବାଗ୍ ପ୍ରଭୃତି ଶ୍ରଦ୍ଧା଼ଞ୍ଜଳି ପ୍ରଦାନ କରିଥିଲେ। ଉପସ୍ଥିତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଶେଷରେ ସମ୍ପାଦକ ଅଜୟ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

masiha

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯକ୍ରମ

masiha

Leave a Comment

error: Content is protected !!