ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା ପ୍ରତିନିଧି ମଣ୍ଡଳୀ 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା ପ୍ରତିନିଧି ମଣ୍ଡଳୀ 

କଟକ : ଉତ୍କଳ ଯାଦବ ମହାସଭା ଓଡ଼ିଶାର ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°. ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ମହାସଭାର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇଛନ୍ତି । ବିଧାନସଭା ନିର୍ବାଚନରେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ପରିସରକୁ ଆସିଥିବା କଣ୍ଟାବାଞ୍ଜି ବିଧାୟକ ତଥା ଉତ୍କଳ ଯାଦବ ମହାସଭା ପ୍ରକଳ୍ପ ବିଭାଗର ସଭାପତି ଶ୍ରୀ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିବାରୁ ମହାସଭା ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି । ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ଶ୍ରୀ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବାକୁ ଉତ୍କଳ ଯାଦବ ମହାସଭା ପକ୍ଷରୁ ଦାବୀ କରାଯାଇଛି । ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭା ମହିଳା ଶାଖା ସଭାନେତ୍ରୀ ଗୀତା ରାଣୀ ଦାସ,କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା, ପ୍ରିତିରଞ୍ଜନ କାଠୁଆ ଓ ପ୍ରେମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

masiha

ନାନ୍ଦକନା ପ୍ରାଥମିକ ବିଦ୍ୟାଳୟରେ ଵାର୍ଷିକ ଉତ୍ସବ

masiha

ଉତ୍କଳ ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ବାଣପୁର ମାଆ ଭଗବତୀଙ୍କୁ କଲେ ଦର୍ଶନ

Sunil Chandra Nayak

Leave a Comment

error: Content is protected !!