ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାର ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୨ର ଫଳାଫଳ ପ୍ରକାଶ ପାଇଛି। ଗୃପ ଏ ରେ ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ସୃଷ୍ଟି ପାଢୀ ପ୍ରଥମ, ଦୀପିକା ବିଗନର୍ସ ଏକାଡେମୀ ର ଦିବ୍ୟାଂଶୁ ଶେଖର ଦାସ ଦ୍ବିତୀୟ, ଡିଏଭି ପବ୍ଲିକ୍ ସ୍କୁଲର ଜାଗୃତି ମହାନ୍ତି ତୃତୀୟ ଓ ସେଣ୍ଟପଲ ସ୍କୁଲର ଜଗଦୀଶ ସାମଲ ସାନ୍ତ୍ବନା ମୂଳକ ପୁରସ୍କାର ପାଇବେ।

ଗୃପ ବି ରେ ସେକ୍ଟର ୨୨ର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶୋଭନା ହେମ୍ଭ୍ରମ ପ୍ରଥମ, ଛେଣ୍ଡ ଚିନ୍ମୟ ବିଦ୍ୟାଳୟର ସୋନାଲୀ ମିଶ୍ର ଦ୍ବିତୀୟ, ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ସାଇସ୍ମୃତି ପଟ୍ଟନାୟକ ତୃତୀୟ ଓ ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ଆଦିସ୍ମିତା ସାମନ୍ତରାୟ ସାନ୍ତ୍ବନା ମୂଳକ ପୁରସ୍କାର ପାଇବେ। ଗୃପ ସି ରେ ଛେଣ୍ଡ ପବ୍ଲିକ୍ ସ୍କୁଲର ମୀମାଂସା ପ୍ରଧାନ ପ୍ରଥମ,ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସ୍ବୟଂସିଦ୍ଧ୍ୟା ସ୍ବାଇଁ ଦ୍ବିତୀୟ ଓ ସେହି ବିଦ୍ୟାଳୟର ଆଶୁତୋଷ ପଣ୍ଡା ତୃତୀୟ, ଛେଣ୍ଡ ଚିନ୍ମୟ ବିଦ୍ୟାଳୟର ଆକୃତି ମାହାତୋ ଓ କାର୍ମେଲ ସ୍କୁଲର ଦିବ୍ୟାଶ୍ରୀ ପଲାଇ ସାନ୍ତ୍ବନା ମୂଳକ ପୁରସ୍କାର ପାଇବେ। ସେହିପରି ଗୃପ ଡି ରେ ବାଜି ରାଉତ ଶିକ୍ଷା ନିକେତନର ସୌମ୍ୟରଂଜନ ବିଶୋଇ ପ୍ରଥମ, ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ସ୍ନେହାସ୍ମୃତି ମହାନ୍ତି ଦ୍ବିତୀୟ ଓ ଦୀପକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ତନୁଶ୍ରୀ ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୧୪ ତାରିଖ ସଂଧ୍ୟା ରେ ହେବାକୁ ଥିବା ପାଠାଗାରର ବିଷୁବ ମିଳନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରୋକ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କଳାହାଣ୍ଡିରେ ଦାଦନ ସମସ୍ୟା ଜଟିଳ ରୂପ ନେଉଛି , ପୁନର୍ବାର ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀଜଗନ୍ନାଥ ଜଣାଣ

Sunil Chandra Nayak

Leave a Comment

error: Content is protected !!