ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ,  ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ 

ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ 

 ରାଉରକେଲା: ଗରିମା ପରିବାର ତରଫରୁ ସିଜନ୍ ୩ ରଜ ରାଜକୁମାରୀ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିବାରର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସଭାପତି ମମତା ନାୟକ ଙ୍କ ଆବାହକତ୍ଵରେ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏସପି ସହର ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଡାକ୍ତର ସ୍ବୟଂସ୍ତୁତୀ ପଟ୍ଟନାୟକ, ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ଡ ସମ୍ପାଦିକା ମହାନ୍ତି ତଥା ଅନ୍ୟତମ ଅତିଥି ଭାବେ ଚ୍ୟାମ୍ବର ଅଫ୍ କମର୍ସର ଉପସଭାପତି ସନ୍ତୋଷ ଅଗ୍ରୱାଲ, ସମାଜସେବୀ ଜୋୟା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରତିବଦ୍ଧତା ରଖି କାର୍ଯ୍ୟକ୍ରମ କରୁଥିବାରୁ ସାଧୁବାଦ ଦେଇଥିଲେ। ଡାକ୍ତର ପଟ୍ଟନାୟକ ରୂତୁସ୍ରାବ ସମ୍ପର୍କରେ ସଚେତନତା ବାର୍ତ୍ତା , ଅଧ୍ୟାପିକା ଡ ମହାନ୍ତି ମୈ।ଳିକ ଅଧିକାର ତଥା କର୍ତ୍ତବ୍ୟ, ତହସିଲଦାର ଶ୍ରୀମତୀ ପ୍ରଧାନ ମହିଳା ମାନଙ୍କୁ ଆର୍ଥିକ ସ୍ବଛଳତା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜୋୟା ତ୍ରିପାଠୀ ଙ୍କୁ ଗରିମା ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ପୁଚିଖେଳ, ସାତ ଶୃଙ୍ଗାର,ରଜ ରାଜକୁମାରୀ ଅଡିସନ, ପୋଡପିଠା ତଥା ଶାଢ଼ୀ ଭଙ୍ଗା, ଗେଣ୍ଡୁଫୁଲ ମାଳ ଗୁନ୍ଥା ଓ ତାସ ର ରଙ୍ଗ ମିଳନ ଆଦି କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଆକର୍ଷଣ ଓଲିଉଡ଼ର ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଦେବସ୍ମିତା ପଣ୍ଡା ଯୋଗଦେଇ ବିଚାରକ ଦାୟିତ୍ଵ ସହ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବ ପ୍ରତିଯୋଗିତା ର ବିଚାରକ ସବିତା ବସ୍ତିଆ, ଅନୁପମା ବେହେରା, ରଶ୍ମି ପଣ୍ଡା,ଦିପମାଲା ଲାକ୍ରା,କିରଣ ଗୁପ୍ତା, ନଳିନୀ ପଟ୍ଟନାୟକ, ପ୍ରଣତୀ ମହାନ୍ତି ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଶେଷରେ ବହୁ ପ୍ରତିକ୍ଷିତ ରଜ ରାଜକୁମାରୀ ପ୍ରତିଯୋଗିତା ରେ ସ୍ବୟଂପ୍ରଭା ରାଉତ ବିଜୟିନୀ ହେବାସହ ସିଜନ୍ ୩ର ମୁକୁଟ ହାସଲ କରିଥିଲେ। ପ୍ରଥମ ରନର୍ସ ଅପ୍ ପାୟଲ ସାମଲ, ଦ୍ବିତୀୟ ରନର୍ସ ଅପ୍ ରିୟା ଧଳ, ଶ୍ରେଷ୍ଠ ଚାର୍ମିଙ୍ଗ ଫେସ୍ ପ୍ରୀତିମୟୀ ପାଢ଼ୀ, ଫଟୋଜେନିକ ଭାବେ ଅଙ୍କିତା ନାୟକ, ବୁଦ୍ଧିମତା ସୁନ୍ଦରୀ ଭାବେ ଗାୟତ୍ରୀ ଦାସ ଓ ସ୍ମାଇଲିଙ୍ଗ ଫେସ୍ ଭାବେ ତନୁଶ୍ରୀ ତନ୍ଭି ନାୟକ ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସଂଯୋଜକ ଭାବେ ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା, ମୋନାଲିସା ଗୈାଡ ତଥା ଉପଦେଷ୍ଟା ରଶ୍ମିତ ସାହାଣୀ, ସାଧାରଣ ସମ୍ପାଦିକା ଡ ସରିତା ମଲ୍ଲ, ପ୍ରଣତୀ ଜେନା,ସୁମିତା ମହାନ୍ତି, ରେବତୀ ବାରିକ, ଶାନ୍ତିଲତା ବାରିକ,ଲୁସି ଦାଶ, ମମତା ଦାସ, ସନ୍ତୋଷୀ ମଲ୍ଲିକ,ମୈ।ସୁମୀ ଆଚାର୍ଯ୍ୟ, ଶର୍ମିଲା ରାଜଗୁରୁ,ଲୀନା ତ୍ରିପାଠୀ, ମୀନତି ମୋଦୀ, ରଶ୍ମି ରାଉତ, ମୀନାକ୍ଷୀ ପାଢ଼ୀ, ସସ୍ମିତା ମିଶ୍ର, ଦେବସ୍ମିତା ଶତପଥୀ, ରଶ୍ମିତା ଚୈ।ଧୁରୀ, ତପସ୍ୱିନୀ ପାତ୍ର, ସୁନିତା ଶ୍ରୀନିବାସନ, ଶଙ୍ଖରିନା ପ୍ରଧାନ, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ, ସବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ପୁପିନ୍ଦର ଓ ଦେବସ୍ମିତା ବିଭିନ୍ନ ପ୍ରତିଯୋଗୀଙ୍କ ସହ ମିଶି ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ସିଜନ୍ ୨ର ରଜ ରାଜକୁମାରୀ ସଞ୍ଜନା ପତି,ଅନିଶା ମହାନ୍ତି ଓ ସ୍ବପ୍ନା ରାଜହଂସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିଆରପିଫ ୨୧୬ ବାଟାଲିୟନ ଯବାନ ମାନଙ୍କ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ 

Sunil Chandra Nayak

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

ନବରଙ୍ଗପୁର ରେ ମହମ୍ମଦ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!