ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ 

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ 

ରାୟଗଡ:-ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ଦେଶର କିଷାନ ମାନଙ୍କୁ ୨୦ହଜାର କୋଟି ପ୍ରଦାନ କରିଛନ୍ତି l ଉତ୍ତର ପ୍ରଦେଶର ବାରଣାସୀରୁ ଆୟୋଜିତ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ ମାଧ୍ୟମରେ ସ୍ଥାନୀୟ ଜିଲ୍ଲାସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ଚାଷୀମାନେ ଦେଖିଥିଲେ l ରୟାଗଡ଼ ଜିଲ୍ଲାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ୨୦୦୦ହଜାର ଟଙ୍କା ଲେଖାଏଁ ୪୩୭୪୨ ଜଣ ହିତାଧିକାରୀଙ୍କୁ ୮କୋଟି ୭୪ଲକ୍ଷ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯାଇଛି l ଜିଲ୍ଲା କୃଷି ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ପୌର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ୍ୟା ଶୁଶ୍ରୀ ଟୁନି ହୁଇକା, ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଘ, କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ, ଜିଲ୍ଲା ପ୍ରାଣୀ ସିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ ମlନ୍ୟଗଣ୍ୟ ଅତିଥି,ଜିଲ୍ଲାସ୍ଥରୀୟ ଅଧିକାରୀ, ଜିଲ୍ଲାର ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖିଥିଲେ l ଶେଷରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ସୁମନସିଂ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

ବରିଷ୍ଠ ଆଇନଜୀବୀ ବଳବନ୍ତ ଉଗ୍ରସେନ ପଟନାୟକଙ୍କ ପରଲୋକ , ରାୟଗଡ଼ା ଓ କାଶୀପୁର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!