ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଗୋପୀନାଥ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶ୍ରୀଗୋପୀନାଥ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଇରା,୨୦/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ରାଣ୍ଡଖେଜୁରୀ ଗ୍ରାମରେ ଶ୍ରୀଗୋପୀନାଥ ଟ୍ରଷ୍ଟର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶିଶୁ ଓ ବୟସ୍କ କଳାକାର ମାନଙ୍କ ଦ୍ବାରା ଗଣେଶ ପ୍ରସାଦ ମହାନ୍ତିଙ୍କ ରଚିତ ସାମାଜିକ ନାଟକ ” ହସୁଛି ମାଳିକା କାନ୍ଦୁଛି ବେଦ ” ମଞ୍ଚସ୍ଥ କରାଯାଇଥିଲା । ସୁରେନ୍ଦ୍ର ଗିରି ନାଟ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଟ୍ରଷ୍ଟର ସଭାପତି ଯମୁନାରାଣୀ ଜେନା କୃତି କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ । ଜ୍ଯୋତ୍ସ୍ନା, ଭାଗ୍ୟଶ୍ରୀ, ଅଞ୍ଜଳି, ଗୌତମ ମଧ୍ୟ ଉଚ୍ଚକୋଟୀର କଳା ପ୍ରଦର୍ଶନ କରି ପୁରସ୍କୃତ ହୋଇ ଆନନ୍ଦିତ ହୋଇଥିଲେ । ଏଥିରେ ଅତିଥି ଭାବେ ମାନସ ମହାନ୍ତି, ସୁଶାନ୍ତ କୁମାର ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ମହାନ୍ତି ଯୋଗ ଦେଇଥିବା ବେଳେ ଟ୍ରଷ୍ଟ ମେମ୍ବର ପାର୍ବତୀ ମହାନ୍ତି, ନିରୂପମା ମହାନ୍ତି, ସ୍ନେହଲତା ଗିରି, ଗୌତମ ଗିରି, ନୀଳମଣି ଜେନା, ଚିତ୍ତରଞ୍ଜନ ମହାନ୍ତି, ଗୋପୀନାଥ ଜେନା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

ଦଣ୍ଡପାଟ ବେହେରା କୁ ବ୍ଲକ ଦାବି ନେଇ ପଦଯାତ୍ରା  ୧୧ ପଞ୍ଚାୟତବାସୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!