ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଚେତନାରେ ଉଦବୁଦ୍ଧ ଯୁବ ସଂଗଠକ : ଇଂ.ବିପ୍ର ରଞ୍ଜନ ନାୟକ

କଟକ : ଭାରତୀୟ ଦର୍ଶନର ଆଦର୍ଶ ତ୍ୟାଗ ଆଉ ସେବା । ଜାତୀୟବାଦୀ ଚିନ୍ତା ଚେତନା ଆମ ଯୁବପିଢୀ ପାଇଁ ଏକ ଆହ୍ବାନ ।ଏହି ଶୋଭାନିୟ ଧାରାରେ ପରିଚାଳିତ ଜଣେ ସଙ୍ଗଠକ,ଯୁବ ସମାଜସେବୀ,ଚିର ବିପ୍ଳବୀ ତଥା ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ଗ୍ରାମରେ ୧୯୯୪ ରେ ତାଙ୍କ ଜନ୍ମ । କିଟ୍ ପଲିଟେକନିକ ଭୁବନେଶ୍ବର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଶିକ୍ଷା ଲାଭ ପରେ ଉଚ୍ଚ ପଦବୀରେ ନ ରହି ସମାଜସେବାରେ ସମର୍ପିତ । ବିଭିନ୍ନ ସେବା,ପରିବେଶ ସୁରକ୍ଷା,ରକ୍ତଦାନ ଶିବିର ଆୟୋଜନ,ଖାଦ୍ୟ ବଣ୍ଟନରେ ସାଧନାରତ । ରକ୍ତଦାନ ଶିବିର ଉପରେ ଆଲୋଚନା ଚକ୍ର,ଜରୁରୀ କାଳୀନ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସହଯୋଗ ପ୍ରଦାନ ନେଇ ସେ ଚେଷ୍ଟିତ । ନିଜ ଜନ୍ମ ଦିନରେ ଏବଂ ବନ୍ଧୁମାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିରର ଆୟୋଜନ,ନିୟମିତ ରକ୍ତଦାନ କରିବା (୨୯ ବର୍ଷ ବୟସରେ ୩୪ ଥର ରକ୍ତଦାନ ଏବଂ ୧୩ ଥର ଏସଡିପି ଦାନ ପୁଣି ୧୦ ହଜାରରୁ ଅଧିକ ରକ୍ତ ସଂଗ୍ରହ ଭୁବନେଶ୍ୱର,କଟକ ସହିତ ଓଡିଶାର ବିଭିନ୍ନ ଜିଲ୍ଲାରେ ୫୦ ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି) l ବିଭିନ୍ନ ମେଡିକାଲ ବୁଲି ଅସହାୟ ଲୋକଙ୍କୁ ସହଯୋଗ ପ୍ରଦାନ କରି ଚାଲିଛନ୍ତି । ସାମାଜିକ ସଂଗଠନ ନେସନାଲ ୟୁଥ୍ ଆସସିଏସନ୍ (ଏନୱାଇଏ) ଓଡ଼ିଶାର ସେ ପ୍ରତିଷ୍ଠାତା l ମୋବାଇଲ ଗ୍ରୁପ ଗଠନ କରି ଏବେ ୩୦ ଟି ଜିଲ୍ଲାରେ ୩୦ ଟି ଶାଖା କାର୍ଯ୍ୟକରୁଛି ଏଥି ସହ ସ୍ଵଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଭଣ୍ଡାରର ଆବଶ୍ୟକତାକୁ ପୁରଣ କରିବାରେ ସମୟ ଦେଉଛନ୍ତି । ନିଜ ଗ୍ରାମରେ “ପଞ୍ଚୁଟିକ୍ରୀ ଯୁବକ ସଂଘ” ପ୍ରତିଷ୍ଠା କରିଛନ୍ତି ଯାହାକି ସମାଜ ପାଇଁ ଆଦର୍ଶ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

୬ଷ୍ଠ ଓ ଶେଷ କବିତା ପ୍ରତିଯୋଗିତା ଫଳାଫଳରେ ୫ଜଣ ପ୍ରଥମ

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଉଦଯାପିତ

masiha

ଖ୍ୟାତି ସମ୍ପନ୍ନ ସମାଜସେବୀ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର କଲିମୁଲ୍ଲା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!