ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରିପୁଟ ଗାଁର ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଭୟରେ ଗ୍ରାମବାସି 

କୁମ୍ଭାରିପୁଟ ଗାଁର ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଭୟରେ ଗ୍ରାମବାସି 

ବନ୍ଧୁଗାଁ ତା ୨୦/୬/୨୪ କୋରାପୁଟ ଜିଲ୍ଲାକୁ ବ୍ୟାପି ଥିବା ମାରାତ୍ମକ ଡିପଥେରିଆ ରୋଗକୁ ନେଇ ଅନେକ ସତର୍କତା ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ନେଉଥିବା ଦେଖିବାକୁ ମିଳିଛି।ସରକାରଙ୍କ ତରଫରୁ ବ୍ୟାପକ ଟୀକାକରଣ ଯୋଗୁଁ ଆଉ ଡିପଥେରିଆ ରୋଗ ଚିହ୍ନଟ ହୋଇ ନ ଥିଲେ। ଚଳିତ ବର୍ଷ ଅଳ୍ପ ଦିନ ତଳେ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଗାଁ ଆଦିବାସୀ ସାହିର ସୁବାରାଓ ମେଲେକାଙ୍କ ପୁଅ ଦୀପୁନା ମେଲେକାଙ୍କ ଡିପିଥେରିଆ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଅଛି । ମୃତ ଦିପୁନର ମାଆ ଜଣେ ଅଙ୍ଗନୱାଡ଼ି କର୍ମୀ ଓ ତାଙ୍କର ବଡ ପୁଅ ବନ୍ଧିର ମେଲେକା (ମୁକ) କଥାବାର୍ତ୍ତା କରନ୍ତି ନାହିଁ , ଝିଅ ତେରିନା ମେଲେକା ୮ ମ ଶ୍ରେଣୀରେ ପାଠ ପଢନ୍ତି ଓ ମୃତ ଦିପୁନ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ଭଲ ପାଠ ପଡୁଥିଲେ । ବାପା ମାଆଙ୍କ ଏକ ମାତ୍ର ସାହା ଭରଷା ଥିବା ମୃତ ପୁଅର ଅଜଣା ଡିପଥେରିଆ ରୋଗରେ ମୃତକୁ ନେଇ ମାଆ ବାପା ଦୁଃଖରେ ଭାଙ୍ଗି ପଡିଛନ୍ତି । ଗାଁରେ ଏହି ରୋଗରେ ମୃତ୍ୟୁ ହୋଇଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।ଗତ କାଲି ସନ୍ଧ୍ୟା ୯ ଘଣ୍ଟା ସମୟରେ ଦୀପୁନ ମେଲେକା ର ମୃତ୍ୟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁ ଙ୍କ ଶବକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଜ ଗାଁ କୁମ୍ଭାରିପୁଟ କୁ ପହଞ୍ଚି ଥିଲେ। ଶବ ଦାହ ପୂର୍ବରୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡା ନିହାର ରଞ୍ଜନ ଷଡ଼ଙ୍ଗୀ ଓ ତାଙ୍କ ଟିମ ପହଞ୍ଚି ଉପସ୍ଥିତ ଥିବା ଲୋକଙ୍କୁ ମାରାତ୍ମକ ଡିପିଥେରିଆ ରୋଗରୁ ରକ୍ଷା ପାଇଁ ମାସ୍କ୍ ଓ ଗ୍ଲୋବସ ବଣ୍ଟନ କରି ପରିଧାନ କରିବାକୁ ବାଧ୍ୟ କରିଥିଲେ । ଶବ ଦାହ ପର୍ଯ୍ୟନ୍ତ ଡ଼ାକ୍ତରୀ ଟିମ୍, ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଲୁଦ୍ର ଯାକାକା ଏବଂ ପିଇଓ ଉପସ୍ଥିତ ରହି ଥିଲେ । ତିନୋଟି ଡ଼ାକ୍ତରୀ ଟିମରେ ଫାର୍ମାସିଷ୍ଟ,ଏଏନଏମ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଗାଁ ରେ ଥିବା ସମସ୍ତ ସାହିରେ ଥିବା ଘର ଘର ବୁଲି ଜ୍ଵର ରେ ଆକ୍ରାନ୍ତଙ୍କୁ ଚିହ୍ନଟିକରଣ ଆରମ୍ଭ କରିଥିଲେ ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମାର୍କଫେଡ୍ ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଦେବରାଜ ମାଝୀ ନିର୍ବାଚିତ 

Sunil Chandra Nayak

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

ପୁଇନ୍ତଲା ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!