ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ରାୟଗଡା /ଥେରୁବାଲି ର ପୁର୍ବାକାଶ ରେ ସିନ୍ଦୁରା ନ। ଫାଟୁଣୁ ଇମ୍ଫାର ମଧୁସୂଦନ ନଗର କ୍ଳବ୍ ପରିସରରେ ସବୁଜ ଘାସର ଗାଲିଚାରେ ଇମ୍ଫାର ଉପ ସଭାପତି ଓ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମାନ ଆଶିଷ କୁମାର ରାୟଙ୍କ ପ୍ରଶିକ୍ଷଣ ରେ ଆନ୍ତର୍ଜାତୀୟ ଯୋଗ ଦିବସ ବହୁ ଉତ୍ସାହ ଓ ଉଦ୍ଦୀପନର ସହ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଇମ୍ଫା ପରିବାର ଯୋଗପ୍ରେମୀ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଦୀର୍ଘଦିନ ଧରି ପ୍ରତିଦିନ ସକାଳେ ଇମ୍ଫାର ଯୋଗ ପ୍ରେମୀ ମାନଙ୍କ ପାଇଁ ଯୋଗ ପ୍ରଶିକ୍ଷକ ଶ୍ରୀମାନ ଆଶିଷ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଯୋଗସାଧନା କରାଯାଇଥାଏ। ଯୋଗ ମନୁଷ୍ୟକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହାୟତା କରିଥାଏ । ବିଦେଶ ରେ ଲୋକମାନେ ଭାରତୀୟ ଯୋଗ ଦର୍ଶନ କୁ ଗ୍ରହଣ କରି ସେମାନଙ୍କ ଦେଶରେ ଯୋଗ ଶିକ୍ଷା କରୁଛନ୍ତି ଓ ଯୋଗ ଶିକ୍ଷା କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ୱଗୁରୁ ଭାବେ ଉଭା ହୋଇଛି। ଏଣୁ ପ୍ରତ୍ୟେକ ମନୁଷ୍ୟ ପ୍ରତିଦିନ ଯୋଗ କରିବାକୁ ସେ ପରାମର୍ଶ ଦେବା ସହ ଯୋଗ କୁ ଜୀବନର ଏକ ଅଙ୍ଗ ଭାବେ ଗ୍ରହଣ କରି ପାରିଲେ ମନ୍ ଓ ପରିବେଶ ଶାନ୍ତ ରହିବ ଓ ଉନ୍ନତି ର ମାର୍ଗ ଉନ୍ମୁକ୍ତ ହେବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଇମ୍ଫାର ବରିଷ୍ଠ ଅଧିକାରୀ ଓ ତାଙ୍କର ପରିବାର ବର୍ଗ ଯୋଗ ଦେଇ ଏଭଳି ଏକ ଆୟୋଜନ ପାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

masiha

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

masiha

ମାତ୍ର ₹549 ପ୍ରିମିୟମରେ India Post ଓ India Post Payments Bank ମାଧ୍ୟମରେ ₹10 ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ

Leave a Comment

error: Content is protected !!