ରାଇରଙ୍ଗପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ମୟୂରଭଞ୍ଜ ତା. ୨୧-୦୬-୨୦୨୪ ରିଖ. ( ମସିହା) ଆଜି ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ରାଇରଙ୍ଗପୁର ସ୍ଥିତ କଚେରୀ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଥିଲେ . ଅନ୍ୟତମ ଅତିଥି ଭାବେ ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ ଯୋଗଦାନ କରିଥିଲେ।
କାର୍ଯ୍ୟ ସୂଚୀ ଅନୁସାରେ ପ୍ରାତଃ ୬ ଘଟିକା ସମୟରେ ଯୋଗ କ୍ରିୟା ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଅଂଶ ଗ୍ରହଣକାରୀଙ୍କ ନାମ ପଞ୍ଜିକରଣ କରାଯାଇଥିଲା।
ଏହାପରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନେ ସାମ୍ପ୍ରତିକ ପରିସ୍ଥିତି ରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗ ର ଭୂମିକା ଓ ଉପାଦେୟତା ସମ୍ଭନ୍ଧ ରେ ଆଲୋକପାତ କରିଥିଲେ. ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି ଚଳିତ ବର୍ଷ ଯୋଗ ଦିବସ ର ବିଷୟ ବସ୍ତୁ “ନିଜ ପାଇଁ ଓ ସମାଜ ପାଇଁ ଯୋଗ ” ମାଧ୍ୟମ ରେ ମତପୋଷଣ କରିଥିଲେ.ବିଶେଷ କରି ଆଜିକାଲି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଲୋକମାନଙ୍କ ବ୍ୟସ୍ତବହୁଳ ଜୀବନ ଶୈଳୀ ହେତୁ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ନଦେବା ତଥା ଶରୀର କୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ ରକ୍ତଚାପ, ମଧୁମେହ, ହୃଦଘାତ, ଆଜମା,ବୃକ୍ବକ କାର୍ଯ୍ୟ ନକରିବା,ଆଣ୍ଠୁ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣା ତଥା ସ୍ନାୟୁ ଜନିତ ସମସ୍ୟା , ନିଦ୍ରାହୀନତା, ଅର୍ଦ୍ଧକପାଳି ମୁଣ୍ଡ ବ୍ୟଥା ଇତ୍ୟାଦି ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବାର ଦେଖା ଯାଉଛି ଯାହାକି ନିୟମିତ ଯୋଗ ଭ୍ୟାସ ଦ୍ୱାରା କେତେକାଂଶରେ ଭଲ ହୋଇ ଯିବାର ସମ୍ଭାବନା ରହିଛି।
ତେଣୁ ଦୈନନ୍ଦିନ ଜୀବନ ଚର୍ଯ୍ୟା ରେ ସମସ୍ତେ ଯୋଗ କୁ ଏକ ଅଂଶ ଭାବେ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଯୋଗଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ .କାରଣ ନିୟମିତ ଯୋଗ କ୍ରିୟା ଯେ କେବଳ ଶାରୀର କୁ ସୁସ୍ଥ ରଖିଥାଏ ତା ନୁହେଁ ବରଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ବୌଦ୍ଧିକ ଜ୍ଞାନ ର ବିକାଶ ଘଟାଇ ଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟ ସୂଚୀ ଅନୁଯାୟୀ ସକାଳ ଠିକ ୭ ଘଟିକା ସମୟରେ ଈଶ୍ୱର ଙ୍କୁ ପ୍ରାର୍ଥନା ସହ ଏକ ଶାନ୍ତସ୍ନିଗ୍ଧ ପରିବେଶ ମଧ୍ୟରେ ସାମୁହିକ ଯୋଗ କ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ବିଭିନ୍ନ ବର୍ଗ ର ଯଥା ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ମହିଳା ପୁରୁଷ, ବରିଷ୍ଠ ନାଗରିକ ସରକାରୀ ପଦାଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଯୋଗ ଅନୁଷ୍ଠାନ ର ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଓ କର୍ମକର୍ତା ଏବଂ ସମାଜରେ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ମିଶାଇ ପାଖାପାଖି ୬୦୦ ରୁ ଉର୍ଦ୍ଧ ଅଂଶ ଗ୍ରହଣ କରିଥିଲେ.ସରକାର ଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ପ୍ରକାର ୨୦ ଟି ଯୋଗ କ୍ରିୟା ସମ୍ପାଦନ କରାଯାଇଥିଲା. ଏହାପରେ ଯୋଗ ଦିବସ ଉପଲକ୍ଷେ ସାମୁହିକ ଶପଥ ପାଠ ସହିତ କାଯ୍ୟକ୍ରମ କୁ ସମାପନ କରାଯାଇଥିଲା।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ବିଧାୟକ କଚେରୀ ଛକ ନିକଟରେ ଅବସ୍ଥାପିତ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପାଦନ ହୋଇଥିଲା।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍


