ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

ସାମାନ୍ୟ ବର୍ଷା ରେ ଥୁଆମୁଳ ରାମପୁର ବ୍ଳକ ବିଭିନ୍ନ ଅଞ୍ଚଳ ଉବୁଟୁବୁ 

ଥୁଆମୁଳ ରାମପୁର,୨୨/୦୬ ମସିହା ( ରବି ନାରାୟଣ ସିଂହ ) କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ବିଭିନ୍ନ ଅଞ୍ଚଳ ଏବେ ସାମାନ୍ୟ ବର୍ଷା ରେ ବେହାଲ l କେଉଁଠି ପୋଲ ଧୋଇ ନେଇଛି ତୋ କେଉଁଠି ବର୍ଷା କାଦୁଅ ପାଇଁ ବଡ଼ ଗାଡ଼ି PDS ଚାଉଳ ନେଇ ଯାଉଥିବା ଟ୍ରକ୍ ସବୁ ଯାଇପାରୁ ନାହିଁ ଯାହାଫଳରେ ଲୋକେ ହନ୍ତସନ୍ତ l ଏମିତି ଏକ ଘଟଣା ଘଟିଛି ଥୁଆମୂଳ ରାମପୁର, ଡୁମେରପଦର ଠାରୁ ଅଡ୍ରି ପଞ୍ଚାୟତ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଆରଡି ରାସ୍ତା l ଏହି ରାସ୍ତା ଏବେ ପ୍ରସତି ଓ ନବୀକରଣ ହେଉଅଛି। ହେଲେ ଚଳିତ ଅସରାଏ ବର୍ଷାରେ ଅଧିକାଂଶ ସ୍ଥାନରେ ନୂତନ ତିଆରି ହେଉ ଥିବା କଲଭଟ ଧୋଇଯାଇଥିବା ବେଳେ ଢୋଲଫାସ ଗ୍ରାମର ମୁଖ୍ୟ ରାସ୍ତାର କଲଭଟ ଏହି ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ଧୋଇଯାଇଛି। ଏହି ସାମାନ୍ୟ ବର୍ଷା ଯୋଗୁଁ ଯଦି ଏହି ଅବସ୍ଥା ହେଲେ ବର୍ଷା ଦିନ ତ ଆରମ୍ଭ ହୋଇ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହାଫଳରେ ଯାନବାହନ ଚଳାଚଳରେ ବାଧା ପ୍ରାପ୍ତ ହୋଇଥିବା ଜଣାପଡିଛି। ଏଠାରେ ସମ୍ବେଦନଶୀଳ ବିଷୟ ଏହା ଯେ ଏହି ଅଞ୍ଚଳରେ ତିନିଗୋଟି ପଞ୍ଚାୟତ ରହିଅଛ ଯାହାକି ଅଡ୍ରି, ଗୋପିନାଥପୁର ,ମାଳିଗାଁ ଏହି ପଞ୍ଚାୟତ ଦୁର୍ଗମ ଅଞ୍ଚଳ ର ବସବାସ କରୁଥିବା ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏପରିକି ଅଞ୍ଚଳର ଜନସାଧାରଣ ବ୍ଲକ୍ ମୁଖ୍ଯାଳୟ ଥୁଆମୁଳ ରାମପୁର କୁ ବିଭିନ୍ନ କାର୍ଯ୍ଯ ନେଇ ଯିବା ପାଇଁ ଏହି ରାସ୍ତା ଏବେ ବର୍ଷା ଦିନେ ବାଧକ ସାଜିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଥରେ ଚିନ୍ତା କରନ୍ତୁ ଏହି ଅସରାଏ ବର୍ଷା ରେ ଯଦି ଲୋକେ ମାନେ ହିନସ୍ତା ହେଲେଣି ଓ ଯିବା ଆସିବା କଷ୍ଟକର ହେଉଛି କାଦୁଆ ଆଣ୍ଠୁଏ ଭାସୁଛି ତେବେ ଆଗକୁ ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଯାଉଛି ତେବେ ରାସ୍ତା ଅବସ୍ଥାରେ ଆହୁରି ବେହାଲ ହେବା ସହିତ ରାସ୍ତା ଅବରୋଧ ହେବା ନେଇ ଲୋକେ ପ୍ରମାଦ ଗଣିଲେଣି। ଆହୁରି ଏଠାରେ ଲୋକେ ବାଟବଣା ହୋଇଛନ୍ତି ଯାହାକି ରାସ୍ତା ପ୍ରସତି କିମ୍ବା ନବିକରଣ ହେଉଛି ତାହା ଲୋକଙ୍କୁ ମଧ୍ୟ ଜଣାନାହିଁ ଏହା ସହିତ ନିମ୍ନମାନର କାର୍ଯ୍ଯ ଚାଲିଛି ଯାହାକି ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତିରେ ଠିକାଦାର ମନଇଛା ମୁରୁମ ମାଟି ବଦଳରେ ନାଲି କାଦୁଅ ମାଟି ପକାଇ ନିମ୍ନମାନର ରାସ୍ତା ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଥିଲେ। ତେବେ ଏହି ଅସରାଏ ବର୍ଷା ରେ ରାସ୍ତା ଘାଟ ବେହାଲ ହେଲା ତେଣୁ ଅଡ୍ରି ତେନ୍ତୁଳି ପଡ଼ା ରାସ୍ତା ପାଖର ନୂତନ କରି ହେଉଥିବା ବ୍ରିଜ ବାଇପାସ୍ ରାସ୍ତାରେ ପିଡିଏସ ଚାଉଳ ଗାଡି ମଧ୍ୟ ଫସି ରହିବା ଫଳରେ ଆମ୍ବୁଲାନ୍ସ ସମେତ ଅନେକ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଯନ୍ତ୍ରୀ ବିହିତ ପଦକ୍ଷେପ ନେବା ପାଇଁ ଅଞ୍ଚଳ ବାସୀ ଦାବି କରିଥିବା ଜଣାପଡ଼ିଛି। ତେବେ ଏହି ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ନେଇ ଆମେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଗଲେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି କବାଟ ବନ୍ଦ କରି ଦେଉଛନ୍ତି । ଏମିତି କି ଆମେ ତାଙ୍କୁ ଫୋନ କଲେମଧ୍ୟ ଯୋଗାଯୋଗ ହୋଇ ପାରୁ ନାହିଁ l ଏଠି ପ୍ରଶ୍ନ ଉଠୁଛି, ଅଭିଯୋଗ କରି କାହାକୁ ଅଭିଯୋଗ କରିବେ ସବୁ ବିଭାଗୀୟ କର୍ମକର୍ତ୍ତା ମଧ୍ୟ ଦେଖି ଦେଖି ନ ଦେଖିଲା ପରି ହେଉଛନ୍ତି । ଏ ନେଇ ଅଞ୍ଚଳ ବାସୀ ଗଣ ମାଧ୍ୟମ ଜରିଆରେ ଜିଲ୍ଲା ର ଜିଲ୍ଲାପାଳ ଓ ଜନ ପ୍ରତିନିଧି ମାନଙ୍କୁ ଜଣାଉ ଛନ୍ତି ଯେ ଅତି ଶୀଘ୍ର ପଦକ୍ଷେପ ନେବାକୁ ଜଣାଉ ଛନ୍ତି । ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜଣାଇ ଛନ୍ତି ।

ରବି ନାରାୟଣ ସିଂ ଙ୍କ ରିପୋର୍ଟ୍ 

Related posts

ମା ଠାକୁରାଣୀ କ୍ରିକେଟ ଫାଇନାଲରେ ଡୁଡୁକାଠେଙ୍ଗା ଟିମ ଚାମ୍ପିୟାନ, ମହିମା ଦଳ ରନର୍ସ ଅପ

Sunil Chandra Nayak

ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ 

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

Leave a Comment

error: Content is protected !!