ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତିମ ଯାତ୍ରା ରେ ଆମ ପ୍ରମୋଦ ସାର୍। ଶାନ୍ତି ଧାମ ଯାନ ରେ ଗଲେ ପୁରୀ ସ୍ଵର୍ଗଦ୍ଵାର

ଅନ୍ତିମ ଯାତ୍ରା ରେ ଆମ ପ୍ରମୋଦ ସାର୍। ଶାନ୍ତି ଧାମ ଯାନ ରେ ଗଲେ ପୁରୀ ସ୍ଵର୍ଗଦ୍ଵାର

ପ୍ରାପ୍ତ ସୂଚନା କ୍ରମେ ଗତ ୨୨/୦୬/୨୪ ସଂନ୍ଧ୍ୟା ଆଠ ଘଟିକା ସମୟ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ସମ୍ମାନୀୟ ଉପଦେଷ୍ଟା ତଥା ପୂର୍ବତନ ସାତ ମାଇଲ୍ କଲେଜ ର ପ୍ରଧ୍ୟାପକ ପ୍ରଫେସର ପ୍ରମୋଦ କୁମାର ମିଶ୍ର(୬୪)ଛାତି ରେ ଯନ୍ତ୍ରଣା ଅନୁଭବ କରି ନିଶ୍ଵାସ ନେବାରେ ଅସହଜ ମନେ କରିବାରୁ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୦ଘଟିକା ସମୟ ରେ ହୃଦ୍ ଘାତ ରେ ଇହଲୀଳା ସମ୍ବରଣ କରିଥିଲେ। କର୍ତ୍ତବ୍ୟ ରତ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ପାଞ୍ଚ ମାଇଲ୍ ସ୍ଥିତ ନିଜସ୍ୱ ବାସଭଵନ କୁ ପାର୍ଥିବ ମୃତ ଶରୀରକୁ ଅଣା ଯିବା ପରେ ବନ୍ଧୁ ପରିଜନ ଓ ଗ୍ରାମବାସୀ ମାନଙ୍କର ଶେଷ ଦର୍ଶନ ପରେ ଆଗେଇବା ପରିବାର (ଢେଙ୍କାନାଳ)ପ୍ରଦତ୍ତ ଜନ ମଙ୍ଗଳ ରାସୋଳ ସଂଗଠନ ଦାୟିତ୍ୱ ରେ ଥିବା ସଂଗ୍ରାମୀ ସାରଙ୍ଗଧର ଓଁ ଶାନ୍ତି ପରିବହନ ସେବା ଯାନ ରେ ପାର୍ଥିଵ ମର ଶରୀର କୁ ଅନ୍ତେ୍ଷ୍ଟିକ୍ରିୟା ନିମିତ୍ତ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନକୁ ସ୍ଥାନାନ୍ତରିତ କରାଯାଇ ଥିଲା।

      ପ୍ରକାଶ ଥାଉ କି ମିଶ୍ର ସାର୍ ଆଞ୍ଚଳିକ ସ୍ତର ରେ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ।ପ୍ରକୃତି ପ୍ରେମୀ ଭାବେ ରାଜ୍ୟ ସରକାର ଙ୍କ ତରଫରୁ ପୁରସ୍କୃତ,ଜଣେ ବରିଷ୍ଠ ସମାଜସେବୀ,ଶିକ୍ଷାବିତ,କ୍ରୀଡାବିତ୍, ଭଦ୍ର,ଅମାୟିକ,ଶାନ୍ତ,  ସରଳ,ଭଗବତବିଶ୍ବାସୀ, ଜନପ୍ରିୟ,ପରୋପକାରୀ ବ୍ୟକ୍ତିତ୍ବ ଥିଲେ।ତାଙ୍କରି ଏତାଦୃଶ ଆକସ୍ମିକ ବିୟୋଗ ରେ ସାରା ହିନ୍ଦୋଳ ବାସୀ ଦୁଃଖ ପ୍ରକାଶ କରିବା ସହିତ ଜନ ମଙ୍ଗଳ(ରାସୋଳ)ସଂଗଠନ ତରଫରୁ ତଥା ହିନ୍ଦୋଳ ବାସୀ ଙ୍କ ତରଫରୁ ଅମର ଆତ୍ମା ର ସଦଗତି ନିମିତ୍ତ ପ୍ରାର୍ଥନା ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍ 

Related posts

କାର୍ୟ୍ଯଲୟ ଉଦଘାଟନ ଓ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

ନଦୀକୁ ଗାଧୋଇବା ସମୟରେ ପାଣିରେ ବୁଡି ବୃଦ୍ଧ ମୃତ

Leave a Comment

error: Content is protected !!