ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୨୬/୬/୨୪- ନିଜର ଆତ୍ମ ସନ୍ତୋଷ ଓ ଖୁସି ପାଇଁ ସାହିତ୍ୟ ଲେଖିବା ଓ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ହେଉଥିବା ଗଦ୍ୟ ଏବଂ ପଦ୍ଯ ପ୍ରତିଯୋଗିତାରେ ଭାଗ ନେବା ଜଣେ ସାରସ୍ୱତ ସାଧିକା/ସାଧକ ପାଇଁ ଅତ୍ୟନ୍ତ ଖୁସି ଓ ଗୌରବର କଥା । ଏହି ପରିପ୍ରେକ୍ଷୀରେ ଖଇରା ସ୍ଥିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ବାର୍ଟସ୍ଅପ୍ ଗୃପ୍ ରେ ଗତ ତା ୨୩/୬/୨୪ ରିଖ ରବିବାର ଅନୁଷ୍ଠିତ ହୋଇଥିଲା କବିତା ପ୍ରତିଯୋଗିତା । ଶୀର୍ଷକ ଥିଲା ” କାହିଁକି ଲେଖେ ସାହିତ୍ୟ ” । ଏଥିରେ ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ (୧) ଅରୁଣ କୁମାର ମହାପାତ୍ର, ତେଲେଙ୍ଗାନା (୨) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୩) ଗୋଲାପ କୁମାରୀ ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୪) ଅନିରୁଦ୍ଧ ରଣା, ସର୍ଗୁଲ, ସୁବର୍ଣ୍ଣପୁର (୫) ଶୋଭାମୟୀ ପତ୍ରୀ, ତୁଳସୀକ୍ଷେତ୍ର, କେନ୍ଦ୍ରାପଡା (୬) ଲୀଳାମୟୀ ଦାଶ, ଧନିଆପଡା, କେନ୍ଦ୍ରାପଡା (୭) ମିନତି ପ୍ରଧାନ, ମୁର୍ଗାବାଡି, ବାରିପଦା, ମୟୂରଭଞ୍ଜ (୮) ଚପଳା ବାଳା ପଣ୍ଡା, ବାଲେଶ୍ଵର (୯) ପଦ୍ମାବତୀ ଆଚାର୍ଯ୍ୟ, କଣ୍ଟାମାଳ, ବୌଦ୍ଧ (୧୦) ଡକ୍ଟର ସଙ୍ଗୀତା ନାଏକ ପୁରୋହିତ, ସମ୍ବଲପୁର (୧୧) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୧୨) ଯସ୍ମିତା ପ୍ରଧାନ, ରନ୍ତଲେଇ, ଅନୁଗୁଳ (୧୩) ମମତା ଜେନା, ରାଉରକେଲା, ସୁନ୍ଦରଗଡ (୧୪) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୧୫) ରଶ୍ମିତା ନାୟକ, ଜଗତସିଂହପୁର (୧୬) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୨୭) ମମତା ବେହେରା, କଟକ (୧୮) ସ୍ନିଗ୍ଧା ନାୟକ, ତାଳଚେର, ଅନୁଗୁଳ (୧୯) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୨୦) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୨୧) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୨୨) ଯମୁନା ମହାପାତ୍ର ମିଶ୍ର, ତରଭା, ସୁବର୍ଣ୍ଣପୁର (୨୩) ଜୟନ୍ତୀ ଓଝା, ଧର୍ମଶାଳା, ଯାଜପୁର ପ୍ରମୁଖ ଯାହାର ଫଳାଫଳ ପ୍ରକାଶ ପାଇଛି ।

      ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଭୁବନେଶ୍ୱର ଖୋର୍ଦ୍ଧାର ସୁସାହିତ୍ୟିକା ରଶ୍ମିରେଖା ସାହୁ । ତାଙ୍କ ସମୀକ୍ଷାରୁ ଗୀତାରାଣୀ ଦାସ ପ୍ରଥମ, ରଞ୍ଜୁଲତା ପାଢ଼ୀ ଦ୍ବିତୀୟ ଓ ମମତା ଜେନାଙ୍କୁ ମିଳିଛି ତୃତୀୟ ସ୍ଥାନ । ଉକ୍ତ ୩ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ଓ ମାନପତ୍ର ଦେଇ ଚଳିତ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଅନୁରୋଧ ଉପସ୍ଥିତ ରହି ନିଶ୍ଚୟ ଗ୍ରହଣ କରିବା ହେବେ । ଏଥିସହିତ ଉପସ୍ଥିତ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ତେଣୁ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଲେଖା ଜାରି ରଖିବା ନିମନ୍ତେ ପରାମର୍ଶ ଦେଇଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରେବତୀ ଚିକତ୍ସା ରେ ବାଧକ ଅର୍ଥ : ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ବଞ୍ଚିତ

Sunil Chandra Nayak

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

masiha

Leave a Comment

error: Content is protected !!