ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସମୟାନୁବର୍ତ୍ତିତା ସଫଳତାର ମୂଳମନ୍ତ୍ର

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ସମୟାନୁବର୍ତ୍ତିତା ସଫଳତାର ମୂଳମନ୍ତ୍ର

ଜୁନାଗଡ ତା-୨୮/୬/୨୪(ମନିସ) ସ୍ଥାନୀୟ ଚମେଲିଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଚଳିତ ବର୍ଷ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାରେ କୃତି ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟପୁସ୍ତକ ବିତରଣ କରାଯାଇଥିଲା। ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ୍ ଅର୍ଗାନାଇଜେସନ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଉତ୍କଳ ପ୍ରାଦେଶିକ ମାରଓ୍ବାଡି ସମ୍ମେଳନ,ଜୁନାଗଡ ଶାଖା,ଶ୍ୟାମଜୀ ପରିବାର,ଜୁନାଗଡ ଓ ଭାରତୀ ଜେଓ୍ବେଲରସ୍,ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ଅଧ୍ୟକ୍ଷା ପ୍ରିୟ ମଞ୍ଜରୀ ପଣ୍ଡାଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଜୁନାଗଡ ତହସିଲଦାର ଶ୍ରୀମତୀ ସୂର୍ମି ସୋରେନ, ମୂଖ୍ୟ ବକ୍ତା ଭାବେ ନେପାଳ ବାଗ,ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ,ଜୁନାଗଡ, ସମ୍ମାନିତ ଅତିଥି ଭାବେ ଅନୁପ କୁମାର ଦାଶ,ଶାଖା ପରିଚାଳକ,ଏସବିଆଇ, ସମାଜସେବୀ ଚମ୍ପକ ଅଗ୍ରୱାଲ , ସ୍ବାମୀ ଚିଦାନନ୍ଦ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭାରତ ଭୂଷଣ ମୁଣ୍ଡ, ଅଧ୍ୟାପକ ରୁଦ୍ର ନାରାୟଣ ବେହେରା , ସମାଜସେବୀ ଉଦ୍ଧବ ଚରଣ ସାହୁ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହରେ ଜୁନାଗଡ ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍କର୍ଷ ପ୍ରମାଣପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ବିଶ୍ବପତି ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା, ସଂଗଠନର ସଂପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ଉଦ୍ଧବ ଚରଣ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଚଦ୍ରଚୁଡ ବେହେରା ଓ ଅଧ୍ୟାପକ ମୋ‌ହନ ଚରଣ ବିଷି ପରିଚାଳନା କରିଥିଲେ। ଚମେଲିଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲା ବେଳେ ବସନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମଦନ ପଟେଲ, ନଳିନୀ ପ୍ରଭା ମହାନ୍ତି, ପ୍ରସାଦିନି ପାଢି ତଥା ଚମେଲିଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ , ସାମ୍ବାଦିକଙ୍କ ସମେତ ଶତାଧିକ କୃତୀ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ

Sunil Chandra Nayak

ବର୍ଷା ହେଲେ ସ୍କୁଲ ଗେଟରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!