ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

  ନବରଙ୍ଗପୁର:(୨୭|୬)(ରବିନାରାୟଣମହାନ୍ତି))ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ଓଡିଶା, ଭୁବନେଶ୍ଵର ତରଫରୁ ଏକ ୧୫ ଦଫା ଦାବୀ ଉପସ୍ଥାପନ ପୂର୍ବକ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟ ରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସଂଘର କର୍ମକର୍ତ୍ତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ କରି ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦୀର୍ଘଦିନର ଦାବୀ ଉପସ୍ଥାପନ କରାଯାଇଛି ବୋଲି ସଦ୍ୟ ନବରଙ୍ଗପୁର ଫେରିଥିବା ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା ଏବଂ କୋଷାଧ୍ୟକ୍ଷ କାଳିକିଙ୍କର ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ସଂଘର କର୍ମକର୍ତ୍ତା ଙ୍କୁ ଜଣାଇଛନ୍ତି। ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି,ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ମେସ ଦାୟୀତ୍ବରୁ ଶିକ୍ଷକ ମାନଙ୍କୁ ବିରତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷାନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧିକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାକଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଏବଂ ୨୦୦୬ ମସିହାରୁ କାର୍ଯ୍ୟରତ କନଟ୍ରାକଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ରେଗୁଲାର କରିବା ଇତ୍ୟାଦି ସମସ୍ୟା ଜଣାଇଥିବା କଥା କହିଛନ୍ତି। ଏହା ଶୁଣି ଉଭୟ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ଅଳ୍ପ ଦିନରେ ତୁରନ୍ତ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି ବୋଲି ଜଣାଇଛନ୍ତି । ନବରଙ୍ଗପୁର ଜିଲ୍ଲାର ଶିକ୍ଷକ ରାଜ୍ୟ ସଂଘରେ ରହି ନିଜ କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରୁଥିବାରୁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି।

ମସିହା ନିୟୁକ ସର୍ଭିସ୍ 

Related posts

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

masiha

ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

masiha

Leave a Comment

error: Content is protected !!