ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ.ପ୍ରଶାନ୍ତ ସାମଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ : ସୌଜନ୍ୟ ମୂଳକ ସାକ୍ଷାତ କଲେ ବିଶିଷ୍ଟ ସାମ୍ୱାଦିକ ତାପସ କୁମାର

ଡ.ପ୍ରଶାନ୍ତ ସାମଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ : ସୌଜନ୍ୟ ମୂଳକ ସାକ୍ଷାତ କଲେ ବିଶିଷ୍ଟ ସାମ୍ୱାଦିକ ତାପସ କୁମାର 

କଟକ : କଟକ ସଦର ୪୨ ମୌଜା ବେଣ୍ଟକାରସ୍ଥ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ନୂତନ ଅଧିକ୍ଷକ ଭାବେ ଡ.ପ୍ରଶାନ୍ତ କୁମାର ସାମଲ ଦାୟିତ୍ଵ ଗ୍ରହଣ କରିଛନ୍ତି ତାଂକୁ ବିଶିଷ୍ଟ ସାମ୍ୱାଦିକ ତାପସ କୁମାର ରାଉତରାୟ ଶୌଜନ୍ୟ ମୂଳକ ସାକ୍ଷତ କରିଥିଲେ ସେ ରୋଗୀ ସେବା ପାଇଁ ସମର୍ପିତ। ହେବାର ମାନଵୀୟ ବାର୍ତା ପ୍ରଦାନ କରିଥିଲେ । ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ଡ.ସାମଲ ପୂର୍ବରୁ କୋରାପୁଟ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେଠାରୁ ବଦଳି ହୋଇ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦେଇ ଯକ୍ଷ୍ମା ରୋଗ ନିରାକରଣ ବିଭାଗର ଦାୟିତ୍ଵ ନିର୍ବାହ କରୁଥିବାବେଳେ ବଦଳି ହୋଇ ବେଣ୍ଟକାର ସ୍ଥିତ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଭାରପ୍ରାପ୍ତ ଅଧିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରୁଥିବା ଡ.ବସନ୍ତ ସାହୁଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଦାୟିତ୍ଵ ଗ୍ରହଣ କରି,ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ମାନଙ୍କୁ ସମୟାନୁବର୍ତ୍ତିତା ହେବା ଓ ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ ପରାମର୍ଶ ଦେବା ସହିତ ରୋଗୀସେବାକୁ ପ୍ରାଥମିକତା ଦିଆଯିବ ଏବଂ ଏହି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସୁବ୍ୟବସ୍ଥିତ କରିବା ସହ ଅଭାବ ଅସୁବିଧାକୁ ଦୂର କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଏହି ଅବସରରେ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ମାନେ ନୂତନ ଅଧିକ୍ଷକ ଡ.ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

ଧର୍ମଗଡ ରେ ସମ୍ବିଧାନ ଦିବସ ପାଳିତ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଯୁଗ୍ମରେ ଦୁଇ ଜଣ ଦ୍ୱିତୀୟ

masiha

Leave a Comment

error: Content is protected !!