ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ କଳାହାଣ୍ଡି ରେ ପଦ୍ମଶ୍ରୀ ବାବା ବଳିଆ

ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ କଳାହାଣ୍ଡି ରେ ପଦ୍ମଶ୍ରୀ ବାବା ବଳିଆ

 ବର୍ତ୍ତମାନର ବର୍ଦ୍ଧିତ ତାପମାତ୍ରା, ପ୍ରଦୂଷିତ ପରିବେଶ ଓ କଳୁଷିତ ସାମାଜିକ ଚଳଣି ପାଇଁ ବାବା ବଳିଆ ଆହ୍ଵାନ ଦେଇଛନ୍ତି।ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ର ଭବାନୀପାଟଣା ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପଦ୍ମଶ୍ରୀ ବାବା ବଳିଆ ପ୍ରତ୍ୟେକ ଭକ୍ତ ମାନଙ୍କୁ ସର୍ଵ ନିମ୍ନ ପାଞ୍ଚ ଗୋଟି ବୃକ୍ଷ ରୋପଣ ଏଵଂ ମଦ୍ୟ ମାଦକତାରୁ ଦୂରେଇ ରହି ନିଜର ବାପା ମାଆ ଏଵଂ ଗରୀବ ଅସହାୟ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। ଗଣତନ୍ତ୍ରରେ ଦୁର୍ନୀତି ରୂପକ ରାକ୍ଷସ ଆଜି ଆମ ସମାଜର ପ୍ରଗତି କୁ ଅବରୋଧ କରୁଛି। ଧର୍ମ ନାମରେ ଅନ୍ଧ ବିଶ୍ବାସ ଏଵଂ କୁସଂସ୍କାରକୁ ନେଇ ବହୁ ସ୍ଥାନରେ ହିଂସା ଅଶାନ୍ତି ଦେଖା ଯାଉଛି। ଲୋକ ଉପକାର ନାମରେ ଧନ ସଞ୍ଚୟ, ସବୁଜିମା ପରିବର୍ତ୍ତେ କୋଠାବାଡି ନିର୍ମାଣ ଏଵଂ ପୂଜା ପାଠ ନାମରେ ଅଶ୍ଳିଳ ନୃତ୍ୟ ଗୀତ ରେ ମଜ୍ଜି ରହି ଆମେ ଆମର ପ୍ରକୃତ ମଣିଷ ପଣିଆ କୁ ଭୁଲି ଯାଉଛୁ ତେଣୁ ପଦ୍ମଶ୍ରୀ ବାବା ବଳିଆ ସମଗ୍ର ଭାରତ ବର୍ଷ ପରିଦର୍ଶନ କରି କହୁଛନ୍ତି, ପରିବେଶ ନ ସଜାଡ଼ିଲେ ନିଜ ସହ ନିଜ ପିଲା ମାନଙ୍କୁ ମାରି ଦେଉଛ ବୋଲି ଭାବ। ଗଣତନ୍ତ୍ର କୁ ନ ବୁଝିଲେ ଏମିତି ରାଷ୍ଟ୍ର ଦ୍ରୋହି ହୋଇ ମଣିଷ ଚାଲିବ ଏଵଂ ଧର୍ମ କୁ ଅବୁଝା ହେଲେ ଜୀବନ ଓ ଜଗତ ଦୁଇଟି ଯାକ ଧ୍ଵଂସ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ।

ଆଜି ଭବାନୀପାଟଣା ସ୍ଥିତ ଭକ୍ତ କବିରାଜ ପଣ୍ଡା ଙ୍କ ବାସ ଭବନରେ ଆୟୋଜିତ ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ବାବା ବଳିଆ ଙ୍କ ପରମ ଶିଷ୍ୟ ଆଶୀର୍ବାଦ ଜି ମହାରାଜ, ବାବାଙ୍କ ସେବକ ମଧୁସୂଦନ ଦାସ, ସଞ୍ଜୟ ଦାସ, ଗୋପାଳ ଦାସ, ନରହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

masiha

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ

masiha

Leave a Comment

error: Content is protected !!