ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା :ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଆଜି ଜଲଦା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେ ମହାବିଦ୍ୟାଳୟର ଅଧ୍ୟକ୍ଷା ଅରୁନ୍ଧତୀ ଦାସ, ଅଧ୍ୟାପକ ଓ ଅଧ୍ୟାପିକା, ବିଦ୍ୟାର୍ଥୀ ମାନଙ୍କ ସହ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ସହିତ ଏକ କମନ ରୁମ , ପ୍ରଶାସନିକ କୋଠା, ଆଠ ଶ୍ରେଣୀ ଗୃହ ବିଶିଷ୍ଟ ଏକ ବ୍ଲକ, ପରିସର ଭିତରେ ଥିବା ରାସ୍ତାର ମରାମତି, ପ୍ରୋକ୍ଷାଳୟରେ ମରାମତି ଓ ନବୀକରଣ, ପୁରାତନ ଲାଇବ୍ରେରୀ ଓ ଗୃହ ବିଜ୍ଞାନ ଶ୍ରେଣୀର ମରାମତି ଓ ନବୀକରଣ, ଷ୍ଟାଫ ରୁମ ର ମରାମତି ଓ ନବୀକରଣ ଆଦିର ଆବଶ୍ୟକତା ଉପରେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷା ଅନୁରୋଧ କରିଥିଲେ । ଶ୍ରୀ ତନ୍ତୀ ଏହା ଉପରେ ଅଧିକାରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ବିଧାୟକ ଜଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଇ ସମସ୍ତ ଶ୍ରେଣୀ ଗୃହ ବୁଲି ବିଦ୍ୟାର୍ଥୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ l ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାର୍ଥୀ ମାନେ ତଳେ ବସି ପାଠ ପଢୁଥିବା ଦେଖିଥିଲେ । ଏହା ସହିତ ଛାତ୍ରୀ ନିବାସ ବୁଲି କିଛି ଅବ୍ୟବସ୍ଥା ଥିବା ତାଙ୍କର ଦୃଷ୍ଟି ଗୋଚର ହୋଇ ଥିଲା । ସେଠାରେ,୧୦୦ ଶଯ୍ୟାର ଉପଲବ୍ଧ ଥିବା ବେଳେ ୧୭୫ ଜଣ ରହୁ ଥିବାରୁ ଅନ୍ୟ ମାନେ ତଳେ ଶୋଉଥିବା ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ, କର୍ମଚାରୀଙ୍କ ପାଇଁ ପରିଶ୍ରାଗାର, ପଛପଟେ ପ୍ରାଚୀର, ଆର୍ଥିଙ୍ଗ, ପରିଶ୍ରାଗାର ରେ ବିଦ୍ୟୁତ୍ ସଂଯୋଗ, ରୋଷାଇଘରେ ପାଣିର ସଂଯୋଗ, କମନ୍ ରୁମରେ ବେସିନ, ଉତ୍ସବ ପାଇଁ ମଞ୍ଚ, ଜଳ ନିଷ୍କାସନ ନାଳ,ବିଦ୍ୟାଳୟ ଓ ଶ୍ରେଣୀର ନାମ ଫଳକ ଆଦିର ଆବଶ୍ୟକତା ଉପରେ ବିଧାୟକ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ତନ୍ତୀ ଏହା ଉପରେ ଅଧିକାରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଧାୟକ ବାଲିଯୋଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତର , କର୍ମଚାରୀ ଓ ଉପଚାର ପାଇଁ ଆସୁଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଶ୍ରୀ ତନ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ ସମୟରେ ଖୋଲିବା ଓ ଜନତାଙ୍କ ସେବାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖପାତ୍ର ଗଙ୍ଗାଧର ଦାଶ, କମଲେଶ ସାହା, ତରୁଣ ପାଲ, ଶ୍ରୀକାନ୍ତ ରାୟ, ସଞ୍ଜୟ ଭୂମିଜ, ମୁରଲୀ ତନ୍ତୀ, ଟିକେଶ୍ୱର୍ ତାନ୍ଦିଆ, ବାସୁଦେବ ସାରଗରିଆ, ଘନଶ୍ୟାମ କାୟତ୍, ଅମିତ୍ ସିଂ, ବିଶ୍ୱଜିତ୍ ସ୍ୱାଇଁ ଆଦି ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ୮୮ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଵିଜାତଳା ବ୍ଳକ; ମଢେଇକଚା ପଞ୍ଚାୟତ;ବଡ଼ବିଲ ଗାଁ କୁ ରାସ୍ତା କାମ ଆରମ୍ଭ / ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ନେଇ ରାମଦୋଳି ଯୁବକ ସଂଘ ର ଜିଲ୍ଲାପାଳଙ୍କଠାରେ ୩ ଥର ଲିଖିତ ଦାବି ପୂରଣ ପରେ ପ୍ରଶାସନ ତତ୍ପର 

masiha

ମହୁମାଛି ଆକ୍ରମଣ ରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!