ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଇ ଚଞ୍ଚରା ଗ୍ରାମବାସୀ ଙ୍କ ତୃଷା ମେଣ୍ଟାଉଛି ନାଳ ପାଣି, ପାନୀୟ ଜଳ ପାଇଁ ଦାବୀ

କୋକସରା,୧୧/୦୪- ରାଜ୍ୟ ସରକାର ପ୍ରତି ପଞ୍ଚାୟତ ଓ ଗ୍ରାମାଞ୍ଚଳ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ, ଓଭର ହେଡ ଟ୍ୟାଙ୍କ, ସୋଲାର ନଳକୂପ ସହ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ଯୋଗାଣ କରୁଥିବା ନେଇ ବାହାବା ମାରୁଥିବା ବେଳେ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଆମପାଣି ପଞ୍ଚାୟତ ଗୋଇ ଚଞ୍ଚରା ଆଦିବାସୀ ଗ୍ରାମରେ । ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁ କୁ ଯିବା ପାଇଁ ରାସ୍ତା ନାହିଁ । ୧୨ ଆଦିବାସୀ ପରିବାର ଦୀର୍ଘ ୧୫ ବର୍ଷ ହେବ ଜଙ୍ଗଲ ମଧ୍ୟରେ ବସତି କରି ରହୁଛନ୍ତି । ହେଲେ ମୌଳିକ ସୁବିଧା ର ନାଁ ଗନ୍ଧ ନାହିଁ । ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଏବେ ଖରା ର ପାରଦ ୪୦ ଡିଗ୍ରୀ କୁ ଟପିଥିବା ବେଳେ ପାନୀୟ ଜଳ ମୁନ୍ଦାଏ ପାଇଁ ନାଳ ରେ ଜମି ରହିଥିବା ପାଣି ଉପରେ ବର୍ଷ ବର୍ଷ ଧରି ନିର୍ଭର ରହୁଛନ୍ତି ଆଦିବାସୀ ପରିବାର । ଏହି ନାଳ ର ପାଣି କୁ ପାନୀୟ ଜଳ ସହ ନିତ୍ୟ ବ୍ୟବହାର୍ଯ୍ୟ କରୁଛନ୍ତି ଆଦିବାସୀ ପରିବାର । ଭୋଟ ସମୟରେ ନେତା ଆସନ୍ତି ରାସ୍ତା, ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ ର ବିକାଶ ପ୍ରତିଶୃତି ଦିଅନ୍ତି ହେଲେ ଭୋଟ ସରିବା ପରେ ପ୍ରତିଶୃତି କେବଳ ନାମକୁ ରହିଯାଏ ବୋଳି ଅଭିଯୋଗ କରିଛନ୍ତି ଏହି ଗ୍ରାମର ଲଷ୍ମୀ ସାନ୍ତା, ତୁଳା ସାନ୍ତା, ଘେଣୁ ସାନ୍ତା, ପଦ୍ମ ସାନ୍ତା, ଅଭିରାମ ସାନ୍ତା, ସରବୁ ସାନ୍ତା, ସାଧୁ ସାନ୍ତା, ରାମଚନ୍ଦ୍ର ସାନ୍ତା, ଦୈତାରି ନାଏକ, ଆସାମତି ନାଏକ, ତାରା ସାନ୍ତା, ପାର୍ବତୀ ସାନ୍ତା ପ୍ରମୁଖ ଗ୍ରାମବାସୀ । ସ୍ୱାଧୀନତା ର ସତୁରି ଦଶକ ପରେ କେବେ ଏହି ଆଦିବାସୀ ଗ୍ରାମବାସୀ ଙ୍କୁ ପାନୀୟ ଜଳ ସହ ମୌଳିକ ସୁବିଧା ମିଳିବ ତାହା ଦେଖିବାକୁ ବାକି ରହିଲା । ପାନୀୟ ଜଳ ସମସ୍ୟା କୁ ନେଇ କୋକସରା ବିଡ଼ିଓ ମନୀଷା ଦାସଙ୍କ ପ୍ରତିକ୍ରିୟା ନେବାରୁ ସ୍ଥିତି ଅନୁଧ୍ୟାନ ପାଇ ଏକ ଟିମ୍ କୁ ପଠାଇ ରିପୋର୍ଟ ଦେବା ପରେ ଠିକ୍ ରାସ୍ତା ଥିଲେ ଆମେ ନଳକୂପର ବ୍ୟବସ୍ଥା କରିବୁ ଏବଂ ରିଜର୍ଭ ଫରେଷ୍ଟ ଭିତରେ ରହିଛି ଯଦି ଆମେ ଅନୁମତି ନେଇ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି । ମ ନି ସ

Related posts

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ଼ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳିତ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଶେଷ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବିଶ୍ୱକସେନ ଦାଶ ଙ୍କ କବିତା ଅଫେରନ୍ତା

Leave a Comment

error: Content is protected !!