ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ 

ଏକତ୍ର ଆୟୋଜିତ ରଙ୍ଗମଞ୍ଚର ନାଟ୍ୟ ପଠନ 

ରାଉରକେଲା: ସହରର ୨୫ଟି ନାଟ୍ୟାନୁଷ୍ଠାନ କୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ଆୟୋଜିତ ହୋଇ ଆସୁଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ନାଟ୍ୟ ପଠନ ର ଅଂଶବିଶେଷ ଭାବେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ରେ ଏକ ନାଟ୍ୟ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚ ପ୍ରାୟୋଜିତ,ଡ଼ଃ ପଞ୍ଚାନନ ପାତ୍ର ଙ୍କ ରଚିତ ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ଵ କୈଳାଶ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶିତ ନାଟକ ‘ଜୀବନ ଯେମିତି’ କୁ ପଠନ କରାଯାଇଥିଲା। ବ୍ୟକ୍ତି ବ୍ୟକ୍ତିଙ୍କୁ ନେଇ ପରିବାର ଓ ସମାଜ ଗଠିତ ହୋଇଥାଏ। ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ବୁଝିପାରିଲେ ପରିବାର ତିଷ୍ଠି ରହେ। ଏଥିରୁ ବ୍ୟତିକ୍ରମ ହେଲେ ସମ୍ପର୍କ ବେଶି ଦିନ ତିଷ୍ଠି ପାରେନାହିଁ। ସମ୍ପର୍କ ମଧ୍ୟରେ ତାଳମେଳ ନରହିଲେ ଜୀବନ ରୁ ଛନ୍ଦ ହଜିଯାଏ। ହଜିଯାଏ ବର୍ଷ,ମାସ, ବୟସ। କିନ୍ତୁ ଉତ୍ତୀର୍ଣ୍ଣ ଅପରାହ୍ନରେ ଚେତା ଫେରିଲା ବେଳକୁ ଅନୁତାପ ଛଡ଼ା କିଛି ନଥାଏ। ଏହିଭଳି କାହାଣୀ କୁ ନେଇ ଗତିଶୀଳ ହୋଇଛି ନାଟକ ଜୀବନ ଯେମିତି। ଏହି ନାଟ୍ୟ ପଠନରେ ବିଭିନ୍ନ ଭୂମିକାରେ ପ୍ରସନ୍ନ ମହାନ୍ତି,ସରୋଜ ଶଙ୍ଖୁଆ,ସୈ।ମ୍ୟରଞ୍ଜନ ଲେଙ୍କା, ସାଇ, ଉମାଶଙ୍କର ପଣ୍ଡା, ସୈ।ମ୍ୟା ସୁଚରିତା ଓ କୈଳାଶ ପାଣିଗ୍ରାହୀ ଅଂଶଗ୍ରହଣ କରିଥିବା ବେଳେ ଶବ୍ଦ ଆଲୋକରେ ଶ୍ରୀଲାଇଟ୍ସ, ପ୍ରଛଦପଟ ସଂଗୀତ ରେ ଅମୂଲ୍ୟ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ପ୍ରାରମ୍ଭରେ ସେବା ନିବୃତ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ଏକତ୍ର ର ସଭାପତି ରାଜୀବ ପାଣି, କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ପ୍ରମୁଖ ନାଟ୍ୟ ପଠନ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତ ରଖି କିପରି ସ୍ବଳ୍ପ ଖର୍ଚ୍ଚରେ ଜୀବନ୍ତ ନାଟକର ପ୍ରଦର୍ଶିତ ହୋଇପାରୁଛି ଓ ଏକତ୍ର ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ସମ୍ପାଦକ ସୁଦେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନାଟ୍ୟ ପଠନ ସମ୍ପର୍କରେ ଡା କୃପାସିନ୍ଧୁ ନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ,ପଲ୍ଲବ ଚାର୍ଟାଜୀ, ବିଜୟ ବରାଳ,ଡ଼ା ସୁଶାନ୍ତ ପାଣି, ବିଲୋଚନ ପାତ୍ର , ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ, ଗୈାତମ ଦାସ,ରାଜ କୁମାର ମହାନ୍ତି, ପ୍ରଫେସର ଗିରିଜା ଶଙ୍କର ଗୋସ୍ୱାମୀ, ଅଶୋକ ପଟ୍ଟନାୟକ ପ୍ରମୁଖ ନିଜର ସୁଚିନ୍ତିତ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କନକଲତା ଦାସ, ବବିତା ମହାଳିକ, କିଶୋରୀ ମୋହନ କର, ଅକ୍ଷୟ ଧଳ,ରାଜକୁମାର ମହାନ୍ତି, ସୁଦେଶ ନାୟକଙ୍କ ସମେତ ବିଭିନ୍ନ ନାଟ୍ୟନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ସମ୍ମନୀତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ପୋଷଣ ମାସ ପାଳିତ

masiha

ସର୍ଵ ଭାରତୀୟ ପ୍ରଶାସନିକ ସେବାରେ କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

Leave a Comment

error: Content is protected !!