ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଳ୍ପିକ:ଡମ୍ବରୁଧର ବେହେରା ଙ୍କ ମିନି ଗଳ୍ପ – ଧ୍ରୁବ ସତ୍ୟ

ଧ୍ରୁବ ସତ୍ୟ

ଗାଳ୍ପିକ:ଡମ୍ବରୁଧର ବେହେରା,ଓଡ଼ିଆ ଶିକ୍ଷକ

 

ଯେବେ କେହି ବ୍ୟକ୍ତି ମରିଯାଆନ୍ତି ତେବେ ମୃତ୍ୟୁ ବ୍ୟକ୍ତି ଦ୍ଵାରା ଦୈନନ୍ଦିନ ବ୍ୟବହୃତ ସମସ୍ତ ପୋଷାକ ପରିଛଦ ,ବିସ୍ତାର,ଆସବାସପତ୍ର ତାଙ୍କ ଶବ ବାହାରିବା ସହିତ ଘରୁ ବାହାରକୁ ବାହାର କରାଯାଇଥାଏ।କିନ୍ତୁ କେବେ କେହି ତାଙ୍କ ଦ୍ଵାରା ଅର୍ଜିତ ଧନ ଦୌଲତ, ସମ୍ପତ୍ତି,ତାଙ୍କ ଦ୍ଵାରା ନିର୍ମିତ ହୋଇଥିବା କୋଠା ଘର ,ବ୍ୟାଙ୍କରେ ସଞ୍ଚିତ ଟଙ୍କା ପଇସା ,ସୁନା ଗହଣା କାହିଁ କେବେ ବାହାର କରନ୍ତି ନାହିଁ ତ ? ବରଂ ପିନ୍ଧିଥିବା ଗଳାର ହାର , ସୁନାରେ ତିଆରି ମୁଦି ଆଦି ଟାଣିକରି ବାହାର କରିଦିଅନ୍ତି।

       ଏଥିରୁ ପ୍ରତୀୟମାନ ହୁଏ ଯେ ମୃତ୍ୟୁ ବ୍ୟକ୍ତିଙ୍କ ସହିତ ଆମର କେଉଁ ସ୍ବାର୍ଥ ଲାଗି ସମ୍ପର୍କ ସ୍ଥାପନ ତିଷ୍ଟି ରହି ଆସୁଥିଲା। ସତ କହିବାକୁ ଗଲେ ବ୍ୟକ୍ତି ଜୀବନ କାଳ ମଧ୍ୟରେ ଯେଉଁ କର୍ମ ଫଳ ଦ୍ଵାରା ପୂଣ୍ୟ ଅର୍ଜନ କରି ଆସିଥିଲା , ଜୀବନ ସଂଘର୍ଷରେ ସଫଳତା ହାସଲ କରି ଆସିଥିଲା , ନାମ,ଯଶ,ଖ୍ୟାତି ଅର୍ଜନ କରି ଆସିଥିଲା ,ତାହା କେହି କେବେ କାହାଠାରୁ ନେବାରେ ସକ୍ଷମ ହୋଇ ପାରନ୍ତି ନାହିଁ କହିଲେ ଭୁଲ ହେବ ନାହିଁ।ଯେପରି

       ନିଆଁରେ ଜଳେ ଶୁଖିଲା କାଠ

       ଜଳେ ନା କଞ୍ଚା ଘାସ

       ସୁନା ପରି ଶରୀର ଜଳେ

       ଜଳେ ନା କା ‘ ରି ଶ୍ୱାସ।।

       ଏଥିପାଇଁ ବନ୍ଧୁ ଏମିତି କିଛି କାମ କରି ଯାଅ ।ମରଣ ପରେ ଲୋକେ ତୁମେ ଅର୍ଜନ କରିଥିବା ଧନକୁ ମନେ ନ ପକାଇ ଯେପରି କାମକୁ ନାମ ନେଉଥିବେ।ଯଥାର୍ଥରେ ଆମେ କହି ପାରିବା…..

       ରେ ; ଦୃଢମନ

       ଜୀବନ ଥିବ ଯେତେଦିନ

       ଆନନ୍ଦ କରୁଥିବୁ ମନ…..।।

     

      ଡମ୍ବରୁଧର ବେହେରା

       ଜବାହର ନବୋଦୟ ବିଦ୍ୟାଳୟ

       ପାରଳାଖେମୁଣ୍ଡି (ଗଜପତି)

       

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ବପ୍ନ ଦେବତା

Sunil Chandra Nayak

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ଫକୀରପୁର ଯୁବକ ସଂଘ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!