ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

 ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

ରୁପ୍ରା, ୨/୭ (ମ ନି ସ) : ନର୍ଲା ବ୍ଲକ୍ ଅଧିନ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ,ନର୍ଲାର କନିଷ୍ଠ ସହାୟକ ସୁବାଷ ଚନ୍ଦ୍ର ପଧାନଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅର୍ଚ୍ଚନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ ରଣା ଯୋଗଦାନ କରିଥିଲେ। ଏହି ଅବସରରେ କନିଷ୍ଠ ସହାୟକ ଶ୍ରୀଯୁକ୍ତ ପଧାନ ଓ ତାଙ୍କ ପତ୍ନୀ କ୍ଷୀତିସୂତା ପଧାନଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତେଜରାଜ ସାହୁ ଓ ଶିକ୍ଷୟିତ୍ରୀ ଶିଲା ପ୍ରହରାଜ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ମିତା ସୁନାମୁଦି ମାନପତ୍ର ପଠନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଦାଶ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।  

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ 

masiha

ମୁନିଗୁଡା ବନାଞ୍ଚଳରେ ରକ୍ଷକ ହୋଇ ଭକ୍ଷକ ସାଜିଛି ବନ ବିଭାଗ ,ପୋଡୁଚାଷ ନାଁରେ ଜଙ୍ଗଲ ଧ୍ଵଂସ

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ . ଷଷ୍ଠ ଦିନ ରଙ୍ଗମଞ୍ଚ ର ନାଟକ ଜୀବନ ଯେମିତି ମଞ୍ଚସ୍ଥ …..

masiha

Leave a Comment

error: Content is protected !!