ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟ ସମୀକ୍ଷା କଲେ କୃଷି ଜିଲ୍ଲା ଅଧିକାରୀ : ସଚେତନତା ଓ ପ୍ରୋତ୍ସାହନ ସତ୍ତ୍ୱେ ସଫଳତା ନେଇ ବିଗିଦିଲେ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟ ସମୀକ୍ଷା କଲେ କୃଷି ଜିଲ୍ଲା ଅଧିକାରୀ : ସଚେତନତା ଓ ପ୍ରୋତ୍ସାହନ ସତ୍ତ୍ୱେ ସଫଳତା ନେଇ ବିଗିଦିଲେ

ତେନ୍ତୁଳିଖୁଣ୍ଟି ୦୩/୦୭/୨୪ //ତେନ୍ତୁଳିଖୁଣ୍ଟି ବ୍ଲକ୍ କୃଷି ସୂଚନା ଏବଂ ପରାମର୍ଶ କେନ୍ଦ୍ର ଅଫିସ ଠାରେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ସର୍କଲ ରେ ନୂତନ ଭାବରେ ଅନିଲ ପ୍ରହରାଜ ମିଲେଟ୍ ମିଶନ ର ସମୀକ୍ଷା କରିଥିଲେ।

 ବ୍ଲକ୍ କୃଷି ଅଫିସ୍ ତରଫରୁ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ, ନବରଙ୍ଗପୁର ଜିଲ୍ଲା ର ସ୍କିମ ଅଫିସର ପ୍ରଣୟ କୁମାର ମନ୍ତ୍ରୀ ଓଡ଼ିଶା ମିଲଟ ମିଶନ ର ଜିଲ୍ଲା ସଂଯୋଜୋକ ମୃତ୍ୟୁଞ୍ଜୟ କନ୍ଦପାନ ଙ୍କ ଉପସ୍ଥିତି ରେ ମିଲେଟ୍ଟ ମିଶନ କାହିଁକି ଲକ୍ଷ୍ୟ ହାସଲ କରି ପାରୁନାହିଁ ,ଚାଷୀ କାହିଁକି ଆଗ୍ରହୀ ହେଉ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ କ୍ଷେତ୍ର ରିପୋର୍ଟ ସଠିକ୍ ହେଉ ନ ଥିବା ଉଲ୍ଳେଖ କରିଥଲେ।

ତେନ୍ତୁଳିଖୁଣ୍ଟି ବ୍ଲକ୍ ଓଡ଼ିଶା ମିଲ୍ଲେଟ ମିଶନ ର ବ୍ଲକ୍ ସଂଜୋଜୋକ ନିଶାନ୍ତ କୁମାର ବିଷୋୟୀ ଙ୍କ ସମେତ ଏ ଟି ଏମ ବାଳଗୋବିନ୍ଦ ସାହୁ, କୃଷି ଓଭର ସୀୟର ଧୀରେନ୍ ଵେନ୍ୟ,।ବନ୍ଦିତା ମହାରଣା ,ମଧୁସ୍ମିତା ପତି ଆଦି ଉପସ୍ଥିତ ଥିଲେ । ତେନ୍ତୁଳଖୁଣ୍ଟି ବ୍ଲକ ମିଳେଟ ମିଶନ ଦାୟିତ୍ଵ ନେଇଥିବା ଅଗ୍ରଗାମୀ ପ୍ରକଳ୍ପ ଅଫିସ୍ ରୁ ଆଶିଷ କୁମାର ଦିଗାଲ , ଅଶ୍ଵିନୀ ନାୟକ , ହିମାଂଶୁ ଦଳେଇ , ଜୟ ପାତ୍ର, ଜଗନ୍ନାଥ ଦିଶାରି, କୃପାସିନ୍ଧୁ ଗୌଡ଼, ଟଙ୍କଧର ଝୋଡ଼ିଆ ଯୋଗ ଦେଇଥିଲେ । 

ସମସ୍ତଙ୍କ ଉପସ୍ଥିତି ରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଓଡ଼ିଶା ମିଲେଟ ମିଶନ ର କାର୍ଯ୍ୟ ବ୍ଲକ୍ ରେ କେତେ କାର୍ଯ୍ୟକାରୀ ହୋଇଛି ଏବଂ ଚଳିତ ବର୍ଷ କେତେ ମାଣ୍ଡିଆ ଆଦି ଚାଷ କରିବା ପାଇଁ ଲକ୍ଷ୍ୟ ଦିଆଯାଇଛି ସେହି ଉପରେ ସମସ୍ତେ ଆଲୋଚନା କରିଥିଲେ । ମିଲେଟ ମିଶନ ଲକ୍ଷ୍ୟ ହାସଲ ପାଇଁ ଆନ୍ତରିକ ତା ଆବଶ୍ୟକ ,ସାପ୍ତାହିକ କ୍ଷେତ୍ର ରିପୋର୍ଟ କରିବା ଜରୁରୀ। କ୍ରପ କଟିଙ୍ଗ ରିପୋର୍ଟ ସଠିକ୍ କରିବା କୁ ଆହ୍ବାନ ଦେଇଥିଲେ। ଯଦ୍ୱାରା ଟାର୍ଗେଟ ବଢ଼ିବନି ବାହାର ରାଜ୍ୟରୁ ମାଣ୍ଡିଆ ଆଣି ହେର ଫେର କେହି କରିବେନି ବୋଲି କହିଥିଲେ। ଦାୟିତ୍ଵ ନେଇଥିବା ସଂସ୍ଥା ଓଡ଼ିଶା ମିଲେ ଟ ମିଶନ ର ସଫଳତା ପାଇଁ କ୍ଷେତ୍ର କୁ ଯାଇ ଚାଷ ର ସଫଳତା ଦେଖାଇବାକୁ ସ୍ଵତନ୍ତ୍ର ଯୋଜନା କରିବାକୁ ପଡ଼ିବ ,ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ରେ ପାରମ୍ପରିକ ମାଣ୍ଡିଆ ଚାଷ ଭଳି ନ କରି ନୂତନ ପଦ୍ଧତ୍ତି ରେ ଚାଷ କରି ଉତ୍ପାଦନ ବୃଦ୍ଧି ଦେଖାଇବାକୁ ପଡିବ ବୋଲି ସହକାରୀ କୃଷି ଅଧିକାରୀ ମାନସ କୁମାର ନାୟକ କହିଥିଲେ। 

ନୂତନ ଭାବେ ଯୋଗ ଦେଇଥିବା ADO ସର୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି କିପରି ଭଲ ଭାବରେ ମିଲେଟ୍ସ ଚାଷ ହୋଇ ପାରିବ, ଚାଷୀ ମାନେ ଯେପରି କମ୍ ଖର୍ଚ୍ଚ ରେ ଭଲ ଅମଳ ପାଇପାରିବେ ସେହି ଦିଗରେ କାର୍ଯ୍ୟ କରିବା ପାଇଁ ଷ୍ଟାଫ୍ ମାନଙ୍କୁ ତାଗିଦ୍ କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ରାୟଗଡା ଜିଲ୍ଲା ଉପକଣ୍ଠ ରେ ଥିବା ସାଇ ଲକ୍ଷ୍ମୀ ନଗର ଅଞ୍ଚଳ କୁ ରାୟଗଡା ବିଧାୟକ ଅପୁଲୁ ସ୍ୱାମୀ କାଡ୍ରକା ଙ୍କ ପରିଦର୍ଶନ 

Sunil Chandra Nayak

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୨ ତମ ବାର୍ଷିକ କ୍ରୀଡା ଉଦଯାପିତ

masiha

ଆସା ପକ୍ଷରୁ ବିଭିନ୍ନ ଦାବିରେ ରେଳରୋକ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!