ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇ ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…. ଭିଣୋଇ ମୃତ

ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇ ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…. ଭିଣୋଇ ମୃତ

ଧର୍ମଗଡ଼:- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପଲସପାନି ଗ୍ରାମରେ ବିଷପିଇ ଶାଳୀ-ଭିଣେଇ ଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ଭିଣୋଇ ଙ୍କର ମୃତ୍ୟୁ ଘଟିଛି।। ସୂଚନା ମତେ କୋକସରା ଥାନା ଅନ୍ତର୍ଗତ ପଲସପାଣି ଗ୍ରାମର ତୁଳସୀରାମ ନାଏକ, ଦହିଗାଁ (ଛତିଶଗଡ଼ ) ର ସୁନୀତା ବୋଡକିଆ ଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟେ ସଂମ୍ପର୍କରେ ଶାଳୀ ଭିଣୋଇ ଥିଲେ।ତେବେ ଉଭୟ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରେ ଘରୁ ଚାଲି ଯାଇଥିଲେ । ଏ ନେଇ ଗୁରୁବାର ଦିନ ଉଭୟ ପରିବାର ଲୋକେ ଏକ ବୈଠକ କରି ପୁଅ ଝିଅଙ୍କୁ ଡକାଇ ସମାଧାନ ର ରାସ୍ତା ଖୋଜୁଥିଲେ । କିନ୍ତୁ ଉଭୟ ଶାଳୀ ଓ ଭିଣେଇ ଆପୋଷ କଥା ବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ଖାଇ ଦେଇଥିଲେ । ସେହିଠାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଏକ ଗାଡ଼ି ଯୋଗେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା କୁ ଆଣି ଭର୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା।ଡାକ୍ତର ଭିଣୋଇ କୁ ମୃତ ଘୋଷଣା କରିଥିବା ବେଳେ ଶାଳୀର ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି।ତେବେ ଘଟଣା କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ସୂଚନା ଥାଉକି ତୁଳସୀ ରାମ ନାଏକ ଆଜକୁ ୬ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କ ଏକ ତିନି ବର୍ଷର ଝିଅ ମଧ୍ୟ ରହିଛି । ଅନ୍ୟପଟେ ପ୍ରେମିକା ସୁନୀତା ବୋଡକିଆ ସେ ମଧ୍ୟ ୭ ବର୍ଷ ତଳେ ଧର୍ମଗଡ଼ ବ୍ଲକ୍ ଡୁମେରଗୁଡ଼ା ରେ ବିବାହ କରିଥିବା ଜଣାପଡିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଜଣା ଗାଡି ଧକ୍କାରେ ଯୁବକ ମୃତ

Sunil Chandra Nayak

୩୫ ବର୍ଷ ର ଶତ୍ରୁତା ନେଇ ବୃଦ୍ଧଙ୍କୁ ହତ୍ୟା ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ 

Sunil Chandra Nayak

ଚୋରା ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!