ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ

ଧର୍ମଗଡ:ଆଜି ଧର୍ମଗଡ଼ ବ୍ଲକ ର କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ୨୦୨୪ ଅବସରରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝିଙ୍କ ତତ୍ୱାବଧାନରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦୁଇଟି ବର୍ଗ ର ବକୃତା, ପ୍ରବନ୍ଧ ଲିଖନ, କବିତା ଆବୃତ୍ତି, ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡ଼ିଆ ଅନୁବାଦ ପ୍ରତଯୋଗୀତା ହୋଇଥିଲା I ଏହାର ଉଦଯାପନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ୍ୱର ନାଏକ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଭାବରେ ତରଞ୍ଜା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉଦେ ପ୍ରସାଦ ଜାଲ, ଇଚ୍ଛାପୁର ସି ଆର ସି ସି ସୂର୍ଯ୍ୟ ନାରାୟଣ ଯୋଶୀ, ବଗାଡ଼ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ୱଜିତ ବେହେରା ମଞ୍ଚାସିନ ଥିଲେ I ମଞ୍ଚାସିନ ଅତିଥି ମାନେ ଓଡିଆ ଅସ୍ମିତା ଓ ସାହିତ୍ୟର ମହତ୍ୱ ତଥା ଓଡ଼ିଆ ଦିବଂଗତ କବି ମାନଙ୍କ ଭୂମିକା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ଓ ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ବ୍ରାହ୍ମଣ ଛେଣ୍ଡିଆ ସି ଆର ସି ସି ଟିକେଶ୍ୱର ନାଏକ ପରିଚାଳନା କରିଥିବାବେଳେ କାଶୀବାହାଲ ସି ଆର ସି ସି ଶ୍ରୀଯୁକ୍ତ ରାଜେନ୍ଦ୍ର ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ ସି ଆର ସି ସି କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ I

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସ୍ବାତୀନକ୍ଷତ୍ରର ଝିଅ ର ଉନ୍ମୋଚନ ଆସନ୍ତା ୧ ରେ…,.

masiha

କଳାହାଣ୍ଡିରେ ଗର୍ଜିଲା ଛାତ୍ରଶକ୍ତି: NEET ଦୁର୍ନୀତି ବିରୋଧରେ AISFର ବିଶାଳ ପ୍ରତିବାଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଦଶହରା ଉପଲକ୍ଷେ ପ୍ରସ୍ତୁତି ବୈଠକ , ବାରହାତ ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୪ରେ

masiha

Leave a Comment

error: Content is protected !!