ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ, ୩୩ଜଣ ଅନୁମୋଦିତ ଡାକ୍ତର ଜାଗାରେ ଅଛନ୍ତି ମାତ୍ର ୧୩

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ, ୩୩ଜଣ ଅନୁମୋଦିତ ଡାକ୍ତର ଜାଗାରେ ଅଛନ୍ତି ମାତ୍ର ୧୩

ଡାକ୍ତର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କଲା ଜଗନ୍ନାଥ ସେବା ସମିତି 

କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ ମଧ୍ୟରେ ପରିଗଣିତ ଧର୍ମଗଡ଼ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଅଭାବରୁ ରୋଗୀ ସେବା ଯୋଗାଇ ଦେବାରେ ବ୍ୟର୍ଥ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଡାକ୍ତର ଯୋଗାଇ ଦେବା ପାଇଁ ଧର୍ମଗଡ ଜଗନ୍ନାଥ ସେବା ସମିତି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରାଯାଇଛି। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ଇଙ୍ଗିତ ପଣ୍ଡା, ଅମରଜିତ୍ ଦାସ ଆଜି ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।ବିଶେଷଜ୍ଞ ଓ ସହକାରୀ ଡାକ୍ତରଙ୍କୁ ମିଶାଇ ଏଠାରେ ୩୩ ଗୋଟି ଅନୁମୋଦିତ ଡାକ୍ତର ପଦବୀ ଥିବା ବେଳେ ଏବେ ଏଠାରେ ମାତ୍ର ୧୩ ଜଣ ଡାକ୍ତର ଅଛନ୍ତି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଚକ୍ଷୁ, ମେଡିସିନ, ସର୍ଜରୀ, ଶିଶୁ ରୋଗ, ପଥୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଏଣୁ ଏଠାରେ ରୋଗୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି।ଆଗାମୀ ଦିନରେ ମାତ୍ର ୧୩ ଜଣ ଡାକ୍ତର ଦ୍ୱାରା ଏହି ଡାକ୍ତରଖାନା ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇବ ତାହା ପ୍ରଶ୍ନବାଚୀ ? ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତରେ ଥିବା ଏହି ଚିକିତ୍ସାଳୟରେ ଦୁଇ ରାଜ୍ୟର ରୋଗୀ ନିର୍ଭର କରୁଥିବାରୁ ଡାକ୍ତର ଅଭାବ ଚିନ୍ତାର କାରଣ ହୋଇଛି। ପୁନଶ୍ଚ ଏହି ଡାକ୍ତରଖାନା ରେ ଥିବା ପୁରୁଣା ମେଡ଼ିସିନ୍ ୱାର୍ଡ କୁ ଭାଙ୍ଗି ଦିଆଯାଇଛି ଫଳରେ ରୋଗୀ ମାନଙ୍କୁ ନବ ନିର୍ମିତ ଏମସିଏଚ ରେ ଭର୍ତ୍ତି କରାଯାଉଛି ।ଏପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ହୋଇ ନ ଥିବା ତିନି ମହଲା ବିଶିଷ୍ଟ ଉକ୍ତ ଏମସିଏଚ ବିଲ୍ଡିଂ ରେ ଏଯାବତ ଲିଫ୍ଟ କାମ କରୁ ନ ଥିବାରୁ ରୋଗୀ ମାନେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। 

ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଧର୍ମଗଡ ସରକାରୀ ଡ଼ାକ୍ତରଖାନାରେ ବିଶେଷଜ୍ଞ ଓ ସହକାରୀ ଡାକ୍ତର ପଦବୀ ଶୀଘ୍ର ପୂରଣ ପାଇଁ କରିବାକୁ ଜଗନ୍ନାଥ ସେବା ସମିତି ଦାବୀ କରିଛି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

Sunil Chandra Nayak

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

Leave a Comment

error: Content is protected !!