ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

ଜୁନାଗଡ଼୫/୭ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଇକୋ କ୍ଲବ ଓ ଶ୍ରୀଗଣେଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଳିତ ଭାବେ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ନେପାଳ ଚନ୍ଦ୍ର ବାଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁକେଶ ଅଗ୍ରୱାଲ, ନଗରପାଳ, ଜୁନାଗଡ଼ ଏନ. ଏ. ସି, ସମ୍ମାନିତ ଅତିଥି ଭାବେ ଲଲିତ ଅଗ୍ରୱାଲ (ସମାଜସେବୀ ), ସନ୍ତୋଷ କୁମାର ସିଂହ ଦେଓ (ପୁରାତନ ଛାତ୍ର ସଂସଦ ସଭାପତି ), ତପନ କୁମାର ମାଝୀ (ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜୁନାଗଡ଼ ), ନିର୍ମଳ ଚନ୍ଦ୍ର ମହାନ୍ତି (ସମାଜସେବୀ ), ଶ୍ରୀମତୀ ହିମାଦ୍ରୀ ସିନ୍ଦୁର (ସ୍କୁଲ ପରିଚାଳନା କମିଟି ସଭ୍ୟା), କିଶୋର ଚନ୍ଦ୍ର ଶତପଥି (ଶ୍ରୀଗଣେଶ ଅନୁଷ୍ଠାନ ର ପରିଚାଳନା ନିର୍ଦେଶକ ), ବରିଷ୍ଠ ଶିକ୍ଷକ ସୁଧୀର ବେହେରା, ମଳୟ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି ବନ ମହୋତ୍ସବ ସଭା ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ଓ ବନ ମହୋତ୍ସବ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏନ. ସି. ସି. ଶିକ୍ଷକ ସଂଜୀବ କୁମାର ପଣ୍ଡା l ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ସଲିଲ କୁମାର ମେହେର l ସଭା ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଏନ. ସି. ସି. କ୍ୟାଡେଟ ଓ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଙ୍କ ଯୋଗଦାନ 

masiha

Leave a Comment

error: Content is protected !!