ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, 8/9/25 : କୁଆରମୁଣ୍ଡା  ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୂ କକ୍ଷରେ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର  ମହାପାତ୍ର ଓ ସୁନ୍ଦରଗଡ ଏସପି ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। 

     ଆଜି ମୋଟ  ୧୩୫ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୫୧ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୮୪ ଟି ସାମୁହିକ ଅଭିଯୋଗ ରହିଥିଲା l ସେଥି ମଧ୍ୟରୁ ୫ ଗୋଟି ସମସ୍ୟାର ତ୍ବରିତ ସମାଧାନ କରାଯାଇଥିଲା l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। 

       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ଡିଏଫଓ ଶ୍ରୀ ଯଶୋବନ୍ତ ସେଠୀ, ଆଇଏଏସ ଶିକ୍ଷା ନବୀଶ ଫାବୀ ରସୀଦ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

masiha

Leave a Comment

error: Content is protected !!