ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥ ଯାତ୍ରା ପାଇଁ ଆଜି ପୁରୀ କୁ ଗଡ଼ିଲା ରଥଯାତ୍ରା ସ୍ପେଶାଲ ଟ୍ରେନ, ପତାକା ଦେଖାଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ

ରଥ ଯାତ୍ରା ପାଇଁ ଆଜି ପୁରୀ କୁ ଗଡ଼ିଲା ରଥଯାତ୍ରା ସ୍ପେଶାଲ ଟ୍ରେନ, ପତାକା ଦେଖାଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ

ଜୁନାଗଡ଼ ,୬/୭(ମନିସ )ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ସରକାର ଙ୍କ ରେଳ ମନ୍ତ୍ରଣାଳୟ ତରଫରୁ ୩୧୫ରଥଯାତ୍ରା ସ୍ପେସିଆଲ ଟ୍ରେନ ଚଲାଚଳ କରlଯାଇଛି l ସେହି ଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୁ ମଧ୍ୟ ଭକ୍ତ ମାନଙ୍କ ସୁବିଧା ପାଇଁ ପୁରୀ ରଥଯାତ୍ରା ସ୍ପେସିଆଲ ଟ୍ରେନ ର ଶୁଭାରମ୍ଭ ମଧ୍ୟ ଆଜି ହୋଇଯାଇଛି l ଆଜି ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମାନ୍ୟବର ସାଂସଦ ଶ୍ରୀମତୀ ମାଲବିକା ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ଵତନ ସାଂସଦ ଅର୍କ କେଶରୀ ଦେଓ ଯୋଗଦାନ କରିଥିଲେ l ସଭା ଶେଷରେ ଏହି ରଥଯାତ୍ରା ସ୍ପେସିଆଲ ଟ୍ରେନ(08351) କୁ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଜୁନାଗଡ଼ ରୁ ଆଜି ସକାଳ ୯ଘଣ୍ଟା ସମୟରେ ଟ୍ରେନ ଛାଡିଥିଲା l ଏହି ଅବସରରେ ସିନିଅର କମରସିଆଲ ଡିଭିଜିନାଲ ମେନେଜର ଗରିମା ତିୱାରୀ, ଜୁନାଗଡ଼ ରୋଡ଼ ଷ୍ଟେସନ ମେନେଜର ଚିତ୍ତ ରଞ୍ଜନ ମିଶ୍ର, ଷ୍ଟେସନ ମାଷ୍ଟର ସଞ୍ଜୟ କୁମାର ପଣ୍ଡା, କମରସିଆଲ ଇନିସ୍ପେକଟର ରୋହିତ ମହାଲିଙ୍ଗ, ହିମାଂଶୁ ଶେଖର ବରାଡ଼ ଜୁନାଗଡ଼ ଓକିଲ ସଙ୍ଘ ସମ୍ପାଦକ ତଥା ଜୁନାଗଡ଼ ସାମ୍ବାଦିକ ସଙ୍ଘ ସଭାପତି,କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ,ସମ୍ପାଦକ ନରେନ୍ଦ୍ର କ୍ଷିତି, ଚମ୍ପକ ଅଗ୍ରୱାଲ,ଅଂଶୁମାନ ଯୋଶୀ,ଅନିଲ ନନ୍ଦ,ସତ୍ୟ ରଞ୍ଜନ ବେହେରା ସମେତ ଜୁନାଗଡ଼ ର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଯାତ୍ରୀ ମାନଙ୍କୁ ହାତ ହଲେଇ ଅଭିନନ୍ଦନ ଜଣେଇଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭୂପାଳ ଚନ୍ଦ୍ର ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ 5t ଉଦଘାଟନି ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

masiha

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

Sunil Chandra Nayak

Leave a Comment

error: Content is protected !!