ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଯାପିତ

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଯାପିତ

ରାଉରକେଲା:ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ‘ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି। ଜୁଲାଇ ୪ ଓ ୫ ଦୁଇଦିନ ଧରି ଆୟୋଜିତ ଏହି ଆଲୋଚନା ଚକ୍ରର ଉଦ୍‌ଯାପନୀ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ୍‌ ତଥା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଏବଂ ରାଉରକେଲା ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ ଦେବେନ୍ଦ୍ରନାଥ ବେହେରା ଯୋଗଦେଇଥିଲେ। ଡ ବେହେରା ତାଙ୍କ ବକ୍ତବ୍ୟରେ ଏହିଭଳି ଆଲୋଚନାଚକ୍ର ମାଧ୍ୟମରେ ଉଭୟେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅନେକ ନୂତନ ତଥ୍ୟ ଓ ସୂଚନା ସମ୍ପର୍କରେ ଜାଣିବାକୁ ସୁଯୋଗ ପାଇବା ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ। ସବୁବେଳେ କିଛି ନୂତନ ଜାଣିବା ନିମନ୍ତେ ଉଭୟେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅନିସନ୍ଧିତ୍ସୁ ରହିଲେ ଶିକ୍ଷାର ବିକାଶ ହୋଇପାରିବ ବୋଲି ଡ ବେହେରା ମତ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ସଭାରେ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବାଣିଜ୍ୟ ବିଭାଗର ମୁଖ୍ୟ ମାୟାଧର ବାରିକ ଦୁଇଦିନ ଧରି ଆୟୋଜିତ ଆଲୋଚନାଚକ୍ରର ନିର୍ଯ୍ୟାସ ସମ୍ପର୍କରେ ସୂଚନା ଦେଇଥିଲେ। ବିଭାଗୀୟ ଅଧ୍ୟାପକ ଧିରେନ କୁମାର ମହନ୍ତଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୁଇଦିନ ଧରି ହୋଇଥିବା ଆଲୋଚନାରେ ସନ୍ଦର୍ଭ ଉପସ୍ଥାପନ କରିଥିବା ସମସ୍ତ ପ୍ରତିଭାଗୀଙ୍କୁ ମାନପତ୍ର ପ୍ରଦାନ ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଦୁଇଦିନ ଧରି ହୋଇଥିବା ଏହି ଆଲୋଚନାଚକ୍ରରେ ମୋଟ ୪ଟି ବୈଷୟିକ ସମ୍ପାନ ମାଧ୍ୟମରେ ୨୫ରୁ ଅଧିକ ସନ୍ଦର୍ଭ ଉପସ୍ଥାପିତ ହେବା ସହ ଆଲୋଚିତ ହୋଇଥିଲା। ଏଥିରେ ବିଶେଷ ଅତିଥି ଓ ପ୍ରସଙ୍ଗଭିତ୍ତିକ ସନ୍ଦର୍ଭ ଉପାସ୍ଥାପକଙ୍କ ମଧ୍ୟରେ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଭାରତ ସିଂହ ଥାପ୍ପା ଆଭାଷୀ ମାଧ୍ୟମରେ ଯୋଗଦେଇଥିଲେ। ଏହା ସହିତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମଧ୍ୟପ୍ରାଚ୍ୟ ଦେଶ ବାହାରିନ୍‌ର ବାହାରିନ ବିଶ୍ୱବିଦ୍ୟାଳୟର ପ୍ରଫେସର ଶଶିକାନ୍ତ ତ୍ରିପାଠୀ, ରାଉରକେଲା ସ୍ଥିତ ରିମ୍‌ସ ନିର୍ଦ୍ଦେଶକ ଡ କରୁଣାକର ପାତ୍ରଙ୍କ ଅନେକ ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଉପାଦେୟ ସନ୍ଦର୍ଭମାନ ଉପସ୍ଥାପନ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦାଦନ ଫେରନ୍ତା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ

masiha

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସର୍ଗିଗୁଡା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ. ଯୋଗଦେଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

Leave a Comment

error: Content is protected !!