ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେମ୍ବର ଅଫ କମର୍ସ,ଧର୍ମଗଡ ଆନୁକୁଲ୍ୟରେ ନବ ନିର୍ବାଚିତ ମାଟିର ସନ୍ତାନ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଷୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଚେମ୍ବର ଅଫ କମର୍ସ,ଧର୍ମଗଡ ଆନୁକୁଲ୍ୟରେ ନବ ନିର୍ବାଚିତ ମାଟିର ସନ୍ତାନ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଷୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ୟବସାୟର ଅଭିବୃଦ୍ଧି ଘଟିଲେ ହିଁ ସମାଜର ଅର୍ଥନୈତିକ ସ୍ଥିତି ଠିକ୍ ରହିବ ବୋଲି ଧର୍ମଗଡ ବିଧାୟକ ସୁଧୀର ରଞନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି।ଚେମ୍ବର ଅଫ କମର୍ସ,ଧର୍ମଗଡ ଆନୁକୁଲ୍ୟରେ ନବ ନିର୍ବାଚିତ ମାଟିର ସନ୍ତାନ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଷୀ ଙ୍କୁ ହୋଟଲ ରୟାଲ ପ୍ୟାଲେସ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ଦେଶର ଅର୍ଥନୈତିକ ପ୍ରଗତି ରେ ବ୍ୟବସାୟୀ ମାନଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି ବୋଲି ସେ କହିଥିଲେ।

ହୋଟେଲ ରୟାଲ ପେଲେସ ଠାରେ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ବ୍ୟବସାୟୀ ବାଲ ମୁକୁନ୍ଦ ପାଣିଗ୍ରାହୀ, ତ୍ରିଲୋଚନ ଅଗ୍ରୱାଲ, ଅନିରୁଦ୍ଧ ମେହେର ମଞ୍ଚାସିନ ଥିଲେ। ଏହି ଅବସରରେ ଧର୍ମଗଡ ସହରର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ବ୍ୟବସାୟୀ ମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଧର୍ମଗଡ ସହରକୁ ସ୍ବଚ୍ଛ, ସୁନ୍ଦର ତଥା ବିକଶିତ କରିବାକୁ ତାଙ୍କର ପ୍ରଥମ ଲକ୍ଷ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଷୀ ପ୍ରକାଶ କରିଥଲେ। 

ଏହି ଅବସରରେ ପୁଷ୍ପଗୁଚ୍ଛ ଉତ୍ତରୀୟ, ମାନପତ୍ର ପ୍ରଦାନ କରାଯାଇ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ବ୍ୟବସାୟୀ ଆନନ୍ଦ ସାହୁ, ଅଲେଖ ବେହେରା, ନିରଞ୍ଜନ ଅଗ୍ରୱାଲ, ହରେରାମ ମେହେର, ସଜନୁ ଅଗ୍ରୱାଲ,କମଲ କିଶୋର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଘର ବରିଷ୍ଠ ସଦସ୍ୟ ନରେଶ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ, ହରେଶ ଅଗ୍ରୱାଲ, ଅତ୍ୟୁଲ ମେହେର, ପଙ୍କଜ ଅଗ୍ରୱାଲ, ଯଶୋବନ୍ତ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବିକାଶ ମେହେର, ସରୋଜ କୁମାର ସାହୁ,ଜଗନ୍ନାଥ ପୃଷ୍ଟି, ସୁବାସ ଅଗ୍ରୱାଲ,ରାମଦାସ ମେହେର, ପ୍ରବୀଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥଲେ।

କେମିଷ୍ଠି ଓ ଡ୍ରଗିଷ୍ଠି ସଙ୍ଘର ସଂପାଦକ ହୃଷିକେଶ ମିଶ୍ର ସଭା ପରିଚାଳନା କରିଥିଲେ ଓ ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ମୁନି ମାନପତ୍ର ପାଠ କରିଥଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବ୍ଲକ ର ଗ୍ରାମାଞ୍ଚଳରେ ଦିଆଲି ପର୍ବ ପାଳିତ

Sunil Chandra Nayak

ସମ୍ବିଧାନ ଦିବସ         

masiha

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

Leave a Comment

error: Content is protected !!