ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର:(୭|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ୱର୍କୀଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାସ ପ୍ରେସ କ୍ଳବ୍ ଠାରେ ପ୍ରତିଷ୍ଠା ଦିବସକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିଆରା ଢଙ୍ଗରେ ସୁସଜ୍ଜିତ ପୋଡ ପିଠାକୁ ଉପସ୍ଥିତ ସାମ୍ବାଦିକ ମାନେ ମିଳିତ ଭାବେ କାଟି ଥିଲେ। ଏହା ପରେ ସଂଘର ସଭାପତି ପି ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ସମ୍ପାଦକ ଏ ସତୀଶ ବାର୍ଷିକ ବିବରଣୀ ପାଠ କରିଥିଲେ। ସଙ୍ଘର ଆୟ ବ୍ୟୟ ସଂପର୍କରେ କୋଷାଧକ୍ଷ ରବି ପଟ୍ଟନାୟକ ଗୃହରେ ସୂଚନା ପ୍ରଦାନ କରିଥିଲେ। ପ୍ରତି ବର୍ଷ ସଙ୍ଘ ପକ୍ଷରୁ ସାଂଗଠନିକ କାର୍ଯ୍ୟ ସହ ସମାଜ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ଜାରି ରଖିବା ପାଇଁ ସଭାପତି ପି ପ୍ରକାଶ ଆହ୍ୱାନ ଦେଇଥିଲେ। ଗତ ବର୍ଷ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ହାତକୁ ନିଆ ଯାଇଥିଲା। ସେହିପରି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ, ସଂଘ, ଶିକ୍ଷାନୁଷ୍ଠାନ, କ୍ଳବ୍, ଯୁବ ବର୍ଗଙ୍କୁ ନେଇ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସଂଘ ଚେଷ୍ଟା ଜାରି ରଖିଛି ବୋଲି ଶ୍ରୀ ପ୍ରକାଶ କହିଥିଲେ। ଏହି ଅବସରରେ କର୍ମକର୍ତ୍ତା ଓ ସଦସ୍ୟ ମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି କିଶୋର ପଟ୍ଟନାୟକ, ଯୁଗ୍ନ ସମ୍ପାଦକ ସ୍ଵାଧୀନ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ରାମ କିରଣ ପଟ୍ଟନାୟକ, ନବଘନ ବିଷୋୟୀ, ଗୌରାଙ୍ଗ ପାତ୍ର, ଶ୍ରୀଧର ପାତ୍ରଙ୍କ ସମେତ ରାମ ଚନ୍ଦ୍ର ଦଳେଇ, ମଧୁ ସାହୁ, ଈଶ୍ୱର ରାଓ, ସୁକାନ୍ତ ରଥ, ଦେବୀ ପଟ୍ଟନାୟକ, କରେଶ ଉପାସି , ଅମ୍ବିକା ଦାଶ, ଅଜିତ ନାୟକ, ସନ୍ତୋଷ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଜେଇ ଅନୁପସ୍ଥିତ ରହୁଥିବାରୁ ଉଦେଶୃଙ୍ଗ ଠାରୁ ନୂଆଗାଁର ରାସ୍ତା କାମ ନିମ୍ନମାନର ଅଭିଯୋଗ

Sunil Chandra Nayak

ସମାଜସେବୀଙ୍କ ଦ୍ୱାରା ମାନସିକ ଅନଗ୍ରସର ମହିଳା ଉଦ୍ଧାର :ଉଦ୍ଧାର ହୋଇଥିବା ମହିଳା କୁ ସ୍ଥାନୀୟ ମିସିନାରୀ ଅଫ ଚାରିଟି ରେ ଥଇଥାନ

masiha

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!