ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ବିକ୍ଷୋଭ 

ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ବିକ୍ଷୋଭ 

ହିଞ୍ଜିଳିକାଟୁ,୨୯/୦୬ ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ଯାଏଁ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା,ତୁରନ୍ତ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦ କୁ ସଂପୂର୍ଣ୍ଣ ବାତିଲ କରିବା,ଗଣ ଶିକ୍ଷାମନ୍ତ୍ରୀଙ୍କ ସମେତ ପାଠ୍ୟପୁସ୍ତକରେ ଭୁଲ ବିଷୟ ଛାପିବାରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା,ଅବିଳମ୍ବେ ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ନୂତନ ବହି ମୁଦ୍ରଣ କରିବା ପାଇଁ ଏଆଇଡିଏସଓ ଦାବି କରିଛି ।

      ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଆଧାରରେ ରାଜ୍ୟ ବିଜେପି ସରକାର ଚଳିତ ବର୍ଷ ବ୍ୟାପକ ପ୍ରସ୍ତୁତି ନ ନେଇ ତରବରିଆ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ନୂତନ ପାଠ୍ୟପୁସ୍ତକ ଛାପିଛନ୍ତି, ତାହା ଭୁଲରେ ଭର୍ତ୍ତି । ବର୍ତ୍ତମାନ ସୁଦ୍ଧା ୨୬୦୦ ଅଧିକ ତଥ୍ୟଗତ ଓ ବନାନଗତ ତ୍ରୁଟି ଧରାପଡ଼ି ସାରିଥିବା ବେଳେ ଏହି ନିରୀକ୍ଷଣ ପ୍ରକ୍ରିୟା ଜାରି ରହିଛି ଏବଂ ଆଗକୁ ଆହୁରି ହଜାର ହଜାର ଭୁଲ ବାହାରିବାର ସମ୍ଭାବନା ରହିଛି। ତ୍ରୁଟିକୁ ସୁଧାରିବା ପାଇଁ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏକ ‘ସଂଶୋଧନ ଦଲିଲ’ ପ୍ରସ୍ତୁତ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହି ସଂଶୋଧନ ଦଲିଲରେ ମଧ୍ୟ ବ୍ୟାପକ ତ୍ରୁଟି ରହିଛି । ସଂଶୋଧନ ଦଲିଲରେ ଯେତିକି ଭୁଲ୍ ଦର୍ଶାଯାଇଛି ତା’ ଠାରୁ ବହୁ ଅଧିକ ଭୁଲ୍ ସାମ୍ନାକୁ ଆସୁଛି। ଯେଉଁ ଭୁଲ ବାହାରିଛି ସେଗୁଡ଼ିକ ମୁଖ୍ୟତଃ ତଥ୍ୟ ଭିତ୍ତିକ। ମାତ୍ର ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରା ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ । ଫଳରେ ଏହି ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ ତାହା ନୁହେଁ ସେମାନେ ଅନ୍ଧତା, କୂପମଣ୍ଡୁକତାର ମଧ୍ୟ ଶୀକାର ହେବେ ଏବଂ ଏହା ଦ୍ବାରା ବିଜ୍ଞାନ ସମ୍ମତ ଶିକ୍ଷା ବାଧାପ୍ରାପ୍ତ ହେବ। ବର୍ତ୍ତମାନ ଜୁଲାଇ ମାସ ହେବାକୁ ଯାଉଛି, ଏପ୍ରିଲ ମାସରୁ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି। ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଯୋଗୁଁ ବିଦ୍ୟାଳୟଗୁଡିକରେ ଏପର୍ଯ୍ୟନ୍ତ ପଢା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ତେଣୁ ବିଜ୍ଞାନସମ୍ମତ ଓ ଯୁକ୍ତିଭିତ୍ତିକ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇ ବଣ୍ଟନ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ପାଇଁ ଏ.ଆଇ.ଡି.ଏସ.ଓ ହିଞ୍ଜିଳିକାଟୁ ଗୋଷ୍ଠି ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି । ଏହି କାର୍ଯ୍ୟକ୍ରମରେ ଏଆଇଡିଏସଓ ଜିଲ୍ଲା ସମ୍ପାଦକ ନାରାୟଣ ସାହୁଙ୍କ ନେତୃତ୍ୱରେ ଜିଲ୍ଲା କୋଷାଧକ୍ଷ କିଶାନ କୁମାର ସାହୁ,କାମରାଜୁ ସାହୁ,ବାମିଆ ଉଗ୍ରସେଣ୍ଡି ସମେତ ବହୁ ଛାତ୍ରଛାତ୍ରୀ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

Related posts

୫୫ ବର୍ଷର ଜୁନାଗଡ଼ ଏନଏସିକୁ ମିଳୁନି ମ୍ୟୁନିସିପାଲଟି ମାନ୍ୟତ, ଏ ଯାଏଁ ନିଜସ୍ଵ ଗୃହ ନାହିଁ , ପାଠାଗାରରେ ଚାଲିଛି କାର୍ଯ୍ୟାଳୟ

Sunil Chandra Nayak

ଶିକ୍ଷକ ଅଭିଭାବକ ସମ୍ମିଳନୀ ବୈଠକ

masiha

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

Leave a Comment

error: Content is protected !!