ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଜ୍ଞାପିତ ଅଂଚଳରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା ଅଭିଯାନ

ଧର୍ମଗଡ ବିଜ୍ଞାପିତ ଅଂଚଳରେ

ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା ଅଭିଯାନ

ଆଜି ଧର୍ମଗଡ ବିଜ୍ଞାପିତ ଅଂଚଳରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି। ଏନଏସି ସଭାଗୃହ ରେ ଏନଏସି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା | ଏଥିରେ ଏନଏସି ର ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ,ସିଡିପିଓ ସୁଚରିତା ପଟ୍ଟନାଏକ ସମେତ ଧର୍ମଗଡ ବିଇଓ ଗଣେଶ୍ୱର ନାଏକ,ପୋଲିସ,ସୁପରଭାଇଜର, ଆଦ୍ବିକା କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି, କାଉନସେଲର ତଥା ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀ ଯୋଗ ଦେଇଥିଲେ|

ଏଡ଼ ଏଟ ଏକ୍ସନର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟ ରଞ୍ଜନ ଯୋଶୀ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଓ ବିଗତ ଦିନରେ ଧର୍ମଗଡ଼ ଏନଏସି ଅଞ୍ଚଳରେ ଶିଶୁ ଶ୍ରମିକ ନିରାକରଣ ପାଈଁ ନିଆ ଯାଇଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ଅଂଶୁମାନ ବାବୁ ଶିଶୁ ଶ୍ରମିକ ସଂପର୍କିତ ସମସ୍ତ ବିଷୟ ଉପରେ ଆଲୋକପାତ କରିଥିଲେ।

ଏହା ବ୍ୟତୀତ ଧର୍ମଗଡ଼ରେ ଶିଶୁ ଶ୍ରମିକ ସମ୍ପୂର୍ଣ୍ଣ ନିରାକରଣ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପରାମର୍ଶନୁସାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାର ଅନୁମାଦନ କରାଯିବ। ବର୍ଷ ସାରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ସହରର ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଲେଖାଯିବ। ବ୍ୟବସାୟିକ ପ୍ରତିଷ୍ଠାନମାନେ ନିଜେ ଶିଶୁ ଶ୍ରମିକ ନିଯୁକ୍ତି କରୁ ନଥିବା ଘୋଷଣା କରି ବୋର୍ଡ ଲଗେଇବା ପାଇଁ ଅନୁରୋଧ କରାଯିବ। ପୁଲିସ ଓ ଏନଏସି ଅଧିକାରୀ ମିଳିତ ଭାବେ ଏହାର ତଦାରଖ କରିବେ ବୋଲି ଆଲୋଚନା ହୋଇଥଲା।

ଉପସ୍ଥିତ ସମସ୍ତ ପ୍ରତିଭାଗୀ ଧର୍ମଗଡ଼ ସହର କୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମେଳାପି ମହିଳାଙ୍କ ୭୫ବର୍ଷରେ ଦେହାନ୍ତ

Sunil Chandra Nayak

ଜୁନାଗଡ଼ରେ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଛତା ସଚେତନତା ରେଲି

Sunil Chandra Nayak

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

masiha

Leave a Comment

error: Content is protected !!