ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରାରେ ଉତ୍କଳ ସାମ୍ବାଦିକ ସଂଘର ସାଂଗଠାନିକ ବୈଠକ 

ଖଇରାରେ ଉତ୍କଳ ସାମ୍ବାଦିକ ସଂଘର ସାଂଗଠାନିକ ବୈଠକ 

ଖଇରା,୦୯/୭/୨୪- ଉତ୍କଳ ସାମ୍ବାଦିକ ସଂଘ ବାଲେଶ୍ଵର ଜିଲ୍ଲା ଶାଖାର ସାଂଗଠାନିକ ବୈଠକ ଖଇରା ସ୍ଥିତ ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ର ପରିସର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ସଭାପତି ସଭାପତି ଛାୟାକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ବୈଠକ ବସିଥିଲା l ଏଥିରେ ବାଲେଶ୍ୱର ଜିଲ୍ଲା ସଭାପତି ଲୋକନାଥ ଦଳେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ, ଉପ-ସଭାପତି ଜୀବନ କୃଷ୍ଣ ବାରିକ, ସାଂଗଠନିକ ସମ୍ପାଦକ ଭଗବାନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସଂଘର ଜିଲ୍ଲା ସହ ସମ୍ପାଦକ ଥିବା ରଘୁନାଥ ନାୟକ ସଂଘର ସାଂଗଠନିକ କାର୍ଯ୍ୟରେ ଯୋଗଦେଉ ନଥିବାରୁ ଓ ସଦସ୍ୟତା ପଞ୍ଜିକରଣକୁ ନବୀକରଣ କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କୁ ସାଙ୍ଗଠନିକ ପଦବୀରୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ସମାଜସେବୀ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରାଙ୍କୁ ଜିଲ୍ଲା ସଂଘର ସହ-ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା । ଏହି ବୈଠକରେ ପଦ୍ମଲୋଚନ ଦାସ, କରୁଣାକର ବିଶ୍ଵାଳ, ମନୋଜ କୁମାର ପ୍ରଧାନ, ଉମେଶ କୁମାର ଜେନା, ଦୁର୍ଗାମାଧବ ଓଝା, ରବୀନ୍ଦ୍ର କୁମାର ବିଶ୍ବାଳ, ବୁଲୁ ଲେଙ୍କା, ପ୍ରଶାନ୍ତ କୁମାର ବେହେରା, ଧନଞ୍ଜୟ ପଣ୍ଡା, ଶାନ୍ତନୁ କୁମାର ବେହେରା ପ୍ରମୁଖ ୨୫ ଜଣ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସମ୍ମିଳନୀ ଖଇରା ଠାରେ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ସ୍ଥିର ହେଲା । ସର୍ବଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ପ୍ରସାଦ ବାରିକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ 

masiha

ଆୟୁଷ୍ମାନ୍ କାର୍ଡରେ ଠକେଇ ଅଭିଯୋଗ। ଜିଲ୍ଲାପାଳଙ୍କ ତଦନ୍ତ ପରେ ସାମ୍ନାକୁ ଆସିଲା ସତ୍ୟ , ରୋଗୀଙ୍କୁ ୪ଗୁଣା ଟଙ୍କା ଫେରାଇଲେ ନସିଂହୋମ କର୍ତ୍ତୃପକ୍ଷ

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

masiha

Leave a Comment

error: Content is protected !!