ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ 

ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ 

କୋରାପୁଟ :- ଜିଲ୍ଲା ସମାଜ କଲ୍ୟାଣ ବିଭାଗ, କୋରାପୁଟ ଏବଂ ୟୁନିସେଫ ର ମିଳିତ ଉଦ୍ୟମରେ ଆଜି ଠାରୁ ତିନି ଦିନିଆ ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ ଆରମ୍ଭ ହୋଇଯାଇଛି | ସର୍ବେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥଲା | ଆଜିର ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ଶ୍ରୀମତୀ ଆଲୋମଣି ସେଠୀ ଯୋଗଦେଇଥିଲେ ଏବଂ ରାଜ୍ୟ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ଶ୍ରୀ ଜନ୍ମେଜୟ ସାହୁ , ଅଂଡର ସେକ୍ରେଟାରୀ ଓଡିଶା ସରକାର ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଥିଲେ | ସର୍ବେ ପ୍ରଥମେ ଶ୍ରୀମତୀ,ଅନ୍ନପୂର୍ଣ୍ଣା କୁଣ୍ଡୁ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କୋରାପୁଟ ଶିଶୁ ମାନଙ୍କ ଓଜନ ଏବଂ ଉଚ୍ଛତା କିଭଳି ଠିକ ଭାବରେ ନିଆ ହେବ ଏବଂ କୁପୋଷଣ ଶିଶୁ କୁ ଆମେ ଚିହ୍ନଟ କରି ତାର ଖାଦ୍ୟ, ସ୍ୱାସ୍ଥ୍ୟ, ପରିଷ୍କାର ପାରିଛନତା ଉପରେ ଧ୍ୟାନ ଦେବା ସେହି ଉପରେ ଆଲୋଚନ କରିଥିଲେ | ଆଜିର ପ୍ରଥମ ଦିନରେ ଜୟପୁର, ପଟାଂଗୀ, ସୁନାବେଡା, ନନ୍ଦପୁର, ସିମିଲିଗୁଡା ଶିଶୁ ବିକାଶ ପ୍ରକଳ୍ପ ରୁ ସମସ୍ତ ଶିଶୁ ବିକାଶ ଅଧିକାରୀ, କ୍ଷେତ୍ର ପରିଦର୍ଶିକା, ମମତା ପିଏ, ମିଶନ ଶକ୍ତି ବ୍ଲକ ସଂଯୋଜକ, ପୋଷଣ ବ୍ଲକ ସଂଯୋଜକ ଉପସ୍ଥିତ ରହିଥିଲେ | ସେହିଭଳି ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ପୋଷଣ ଜିଲ୍ଲା ସଂଯୋଜକ କାଜଲ ନାୟକ, ଏନ ପି ଓ ମମତା ମହାନ୍ତି, ଜିଲ୍ଲା ସଂଯୋଜକ-ମମତା, ସୀମା ବେହେରା, ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ପ୍ରସନ୍ନ ମିଶ୍ର, ସି ଏମ ଏ ଏମ ରାଜେନ୍ଦ୍ର ଲିମ୍ମା , ମୃତୁଞ୍ଜୟ ପଟନାୟକ , ଲାଳନ୍ତା ବେନିଆ ଉପସ୍ଥିତ ଥିଲେ |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜହ୍ନ ରାଇଜରେ ପହଁଚିଲା ଭାରତ  ଏବେ ବି ମୟୁରଭଞ୍ଜ ର ଦୁର୍ଗମ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ନେଇ ଅଂଚଳ ବାସୀଙ୍କ ଅସନ୍ତୋଷ ;ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

ଆସନ୍ତା ମାର୍ଚ୍ଚ ୯ତାରିଖରେ ରାୟଗଡ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

masiha

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

Leave a Comment

error: Content is protected !!