ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରୀଷ୍ମ ମହୋତ୍ସବ ଆସନ୍ତା ୨୧ ଓ ୨୨ ରେ

ରାଉରକେଲା/ ରାଉରକେଲା ଉଦିତନଗର ପଡିଆ ଠାରେ ଆସନ୍ତା ଏପ୍ରିଲ ମାସ ୨୧ ଓ ୨୨ ତାରିଖ ଦିନ ଗ୍ରୀଷ୍ମ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏନେଇ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଏହି ମହୋତ୍ସବର ସଂଯୋଜକ ଭାସ୍କର ଚନ୍ଦ୍ର ମହାପାତ୍ର ଓ ଓଡିଶା ସଂଗୀତ ନାଟକ ଏକାଡେମୀ ର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଡଃ ସମର ମୁଦାଲି ପ୍ରମୁଖ ଉପସ୍ଥିତ ରହି ଏ ସଂପର୍କରେ ସର୍ବଶେଷ ତଥ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଡଃ ମୁଦାଲି ଏହି ମହୋତ୍ସବ ସଂପର୍କରେ ସମ୍ୟକ୍ ସୂଚନା ଦେବାସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ନାୟକ ତାଙ୍କ ବକ୍ତବ୍ଯରେ କହିଲେ ଯେ ପୂର୍ବରୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ୪ଋତୁ କୁ ନେଇ ମହୋତ୍ସବ କରୁଥିବା ବେଳେ ଏହି ବର୍ଷ ଠାରୁ ୬ଟି ଋତୁକୁ ନେଇ ୬ଟି ମହୋତ୍ସବ ବିଭିନ୍ନ ସ୍ଥାନରେ ଆୟୋଜିତ କରିବ। ଗ୍ରୀଷ୍ମ ମହୋତ୍ସବ ରାଉରକେଲାରେ ହେଉ ଥିବାରୁ ସେ ସଂସ୍କୃତି ବିଭାଗର କର୍ତ୍ତୃପକ୍ଷଙ୍କୁ ରାଉରକେଲା ବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ। ଏକାଡେମୀର ସଚିବ ଶ୍ରୀ ରଥ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ କେବଳ ଋତୁ ଭିତ୍ତିକ ଉତ୍ସବ ନୁହେଁ ଓଡିଶୀ ନୃତ୍ୟ ମହୋତ୍ସବ, ନାଟକ ମହୋତ୍ସବ,ଗୀତିନାଟ୍ଯ ମହୋତ୍ସବ, ଶିଶୁ ନାଟକ ମହୋତ୍ସବ, ଜାତୀୟ ନାଟକ ମହୋତ୍ସବ, ଲୋକ ସଂଗୀତ ମହୋତ୍ସବ, ଲୋକ ନୃତ୍ୟ ମହୋତ୍ସବ, କୋଣାର୍କ ମହୋତ୍ସବ ଓ ଉତ୍କର୍ଷ ପରି ଅନେକ ଉତ୍ସବ ବର୍ଷ ସାରା ସାରାଓଡିଶା ରେ ଆୟୋଜନ କରି ଓଡିଆ ଭାଷା ସାହିତ୍ୟ ସଂସ୍କୃତି କୁ ରୁଦ୍ଦିମନ୍ତ କରିବା ସହିତ ଓଡିଶା ର କଳାକାର ମାନଙ୍କୁ ପୃଷ୍ଠପୋଷକତା କରି ଆସୁଛି। ଏହି କ୍ରମରେ ରାଉରକେଲାରେ ହେବାକୁ ଥିବା ଗ୍ରୀଷ୍ମ ମହୋତ୍ସବରେ ଓଡିଶା ର ବିଭିନ୍ନ ସ୍ଥାନରୁ ତଥା କୋଲକାତାରୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଲୋକପ୍ରିୟ ନୃତ୍ୟ ଓ ଦୂରଦର୍ଶନ, ଆକାଶବାଣୀ, ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ମାନେ ସଂଗୀତ ପରିବେଷଣ କରିବେ। ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେବେ ବୋଲି କହିଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଉଦିତନଗର ପଡିଆ ଠାରେ ପ୍ରତ୍ୟହ ସଂଧ୍ୟା ସାଢେ ୬ଟାରେ ଆରମ୍ଭ କରାଯିବ। ଏତଦ୍ ବ୍ୟତୀତ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଏକତ୍ର, ରାଉରକେଲା ର ମିଳିତ ଉଦ୍ୟମରେ ଆସନ୍ତା ୨୦ତାରିଖରୁ ମେ ୪ତାରିଖ ପର୍ଯ୍ୟନ୍ତ ସେକ୍ଟର ୫ ଆଦର୍ଶ ପାଠାଗାରର ସଭାଗୃହରେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନାଟ୍ଯକାର ପଦ୍ମଶ୍ରୀ ପ୍ରବୀର ଗୁହାଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହେବାକୁ ଯାଉଥିବା ଯୁବ ନାଟ୍ଯ କର୍ମଶାଳା ରେ ଯୁବ ପ୍ରେମୀ ମାନେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଥିଲେ।ଶେଷରେ ସଂଯୋଜକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା (ଅଙ୍ଗ ଦାନ ନିମନ୍ତେ ପ୍ରଦତ୍ତ) ସୁରଜ୍ ପୁରସ୍କାର ପ୍ରଦାନ

Sunil Chandra Nayak

ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!