ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ସମ୍ବଧୀୟ ଦୁଇ ଦିନିଆ ତାଲିମ ଶିବିର 

ଭବାନୀପାଟଣା ତା ୧୨.୪.୨୦୨୨ରିଖ : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଓଡ଼ିଶା ଶକ୍ତି ବିଭାଗ ତରଫରୁ ୧୨/୪ ଓ ୧୩/୪/୨୦୨୨ ଦୁଇ ଦିନ ବ୍ୟାପୀ ତାଲିମ ଶିବିର ଅନୁଷ୍ଠିତ ହେଉଛି। ଏହି ତାଲିମ ଶିବିରକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିଲ୍ଲା ପ୍ରଶାସନ ତରଫରୁ ଉଦଘାଟନ କରି ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀ୍  ଙ୍କୁ ସ୍ବାଗତ କରିଥିଲେ।ଶକ୍ତି ବିଭାଗ ଟିମ୍ ହେଡ ଶ୍ରୀ ଅଶୋକ ନନ୍ଦ ଏହି ତାଲିମ ଓ ଶକ୍ତି ସରଂକ୍ଷଣ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ। ଗୃହ ନିର୍ମାଣ ଓ ଏହାର ଡିଜାଇନ୍ ସମୟରେ କିଭଳି ନିଜସ୍ଵ ବାସଗୃହ ଓ ବାଣିଜ୍ୟିକ ବାସଗୃହ ରେ ଶକ୍ତି ସଂରକ୍ଷଣ ଉପାୟକୁ ସାମିଲ କରାଯାଇପାରିବ ଓ ପରିବେଶ କୁ ଖାପଖୁଆଈ ନୂଆ ପ୍ରଯୁକ୍ତିର ବ୍ୟବହାର ହୋଇପାରିବ ତାଉପରେ ବିଶେଷ ତାଲିମ ଦିଆଯିବ। ଇନ୍ଦୋର ରୁ ଜେ କେ ବ୍ୟାସ ଏବଂ କୋଲକାତା ରୁ ରାନା ପ୍ରତାପ ପୋଦାର ବିଶେଷ ତାଲିମ୍ ଦାତା ରୂପେ ଯୋଗ ଦେଇଛନ୍ତି। ଶିବିରରେ ରାସ୍ତା ଓ ଗୃହ ନିର୍ମାଣ,ବିଦ୍ୟୁତ୍,ପୌର, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗରୁ ଯନ୍ତ୍ରୀ, ବୈଶୟିକ କର୍ମଚାରୀ,ସମସ୍ତ ବିଡିଓ ଯୋଗ ଦେଇଥିଲେ।

ମ ନି ସ

Related posts

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ମହାସଚିବ,ଉପସଭାପତିଙ୍କ ସମେତ ସମସ୍ତ ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭାବଗ୍ରାହୀ ଭଗବାନ

Sunil Chandra Nayak

Leave a Comment

error: Content is protected !!